ଭଦ୍ରକ, (ବାଘୁଆବାର୍ତ୍ତା): ପାର୍ବଣ ଋତୁରେ ଚୋରା ମଦ ବେପାରୀଙ୍କୁ ଅବକାରୀ ବିଭାଗର ଷ୍ଟ୍ରୋକ । ଫ୍ରିଜ ଓ ଆଇସକ୍ରିମ ଫ୍ରିଜରରେ ଚୋରା ମଦ ରଖି ବିକ୍ରି ବେଳେ ମାଡି ବସିଲା ଅବକାରୀ ବିଭାଗ । ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ରେଡ୍ କରାଯାଇଛି । ଉପ-ଅଧିକ୍ଷକ ଅନିତା ପ୍ରଧାନ , ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତି ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଚଢ଼ଉ ଜାରି ରହିଛି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜ଼ାର ଓ ଆରଡ଼ି ବଜ଼ାର ଅଞ୍ଚଳରେ ଚଢଉ କରାଯାଇ ପ୍ରାୟ ୫୦ ଲିଟର ବିଦେଶୀ ମଦ , ୧୩୩ ଲିଟର ବିୟର , ୧୦ ଲିଟର ଆସ୍କା ଫର୍ଟି ମଦ ଏବଂ ୨ ଗୋଟି ଫ୍ରିଜ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ସୋମନାଥ ସାମଲ ଓରଫ କାଳିଆ , ବେତାଳିଗାଁ ଗ୍ରାମର ଵାପିନା ମଳିକ ଓ ପଙ୍କଜ ନାୟକ ଏବଂ ଆରଡ଼ି ଗ୍ରାମର ପ୍ରତାପ କୁମାର ପାଢ଼ୀ ଓରଫ ଧନ କ୍ଷ ଜବତ ମଦ,ବିଅର ଓ ଫ୍ରିଜର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ୍.ଆଇ ଶ୍ରୀ ସନ୍ଦୀପ କୁମାର ପାଢ଼ୀ ଓ ରବି ବେହେରା , ଏ.ଏସ୍.ଆଇ ପ୍ରହଲ୍ଲାଦ ସାମଲ, ଦୀପକ ରାଉତ,ସନ୍ତୋଷ ଦାସ, ରମେଶ ନାୟକ ଓ ରଶ୍ମିରେଖା ଜେନା, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ଶିବପ୍ରସାଦ ସାହୁ, ସୁବାଶିଷ ରାଉତ, ମିଥୁନ ଜେନା, ସୁଦର୍ଶନ ପଲ୍ଲାଇ, ରୁଦ୍ରନାରାୟଣ ଦାସ, ଜେମାମଣୀ ଜାମୁଡା, ଶୁଭ୍ରାମିନି ଦାସ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୪ଟି ମାମଲା ରୁଜ୍ଜୁ କରାଯାଇଛି ।





