ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସହର ପରେ ଏବେ ବିଭିନ୍ନ ଗାଁରେ କରୋନା ସଂକ୍ରମଣ ବ୍ୟାପିଥିବା ସୂଚନା ରହିଛି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଗାଁରେ କିଭଳି କୋଭିଡ ମୁକାବିଲା କରିହେବ ସେ ନେଇ ପ୍ରଧାନମନ୍ତ୍ରୀ ତତ୍ପରତା ଦେଖାଉ ନାହାନ୍ତି ବୋଲି ରାହୁଲ କହିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ସହର ପରେ ଏବେ ଗାଁ ମୁହାଁ ହୋଇଛି କରୋନା । ଏବେ ସମସ୍ତେ ଭଗବାନଙ୍କ ଭରସାରେ ଏହା ପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟ କରି କହିଥିଲେ ଯେ ଦେଶକୁ ପ୍ରଧାନମନ୍ତ୍ରୀ ନୂଆ ଘର ଦରକାର ନାହିଁ । କିନ୍ତୁ ଅକ୍ସିଜେନ ଯାହାକି ଏବେର ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷକ ପାଲଟିଛି ତାହା ଦରକାର





