ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ୍ ଇଣ୍ଡିଆର କୋଚ୍ ହେବେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଶ୍ରୀଲଙ୍କାରେ ହେବାକୁ ଥିବା ସର୍ଟ ସିରିରଜ୍ ପାଇଁ ଦ୍ରାବିଡଙ୍କ ନିଯୁକ୍ତି ନିଶ୍ଚିତ କରିଛନ୍ତି । ଉକ୍ତ ସମୟରେ ବିରାଟ କୋହିଲଙ୍କ ନେତୃତ୍ୱରେ ଏକ ଟିମ୍ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚର ସିରିଜ୍ ପ୍ରସ୍ତୁତିରେ ବ୍ୟସ୍ତ ରହିଛି । ଦ୍ରାବିଡ୍ ଗତ କିଛିବର୍ଷ ହେଲା ଭାରତୀୟ ଅଣ୍ଡର-୧୯ ଏବଂ ଇଣ୍ଡିଆ ଏ ଦଳର କୋଚ୍ ଅଛନ୍ତି ବଏଂ ଦଳକୁ ମଜଭୁତ୍ କରିଛନ୍ତି । ଚଳିତମାସ ଶେଷ ସୁଦ୍ଧା ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତ କରିବ । ଏଥିପାଇଁ ଭାରତୀୟ ଖେଳାଳୀ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଖେଳାଳିମାନେ ଗସ୍ତ କରିବା ପୂର୍ବରୁ ୧୪ଦିନିଆ କ୍ୟାଣ୍ଟନି ଆରମ୍ଭ କରିଛନ୍ତି ।






