Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ରାହୁଲ ଦ୍ରାବିଡ

by ସଞ୍ଜୟ ସ୍ୱାଇଁ
November 29, 2023
in NATIONAL NEWS, Sports
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ରାହୁଲ ଦ୍ରାବିଡ
66
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ । ତାଙ୍କ କାର‌୍ୟ୍ୟକାଳରୁ ପୁଣି ବୃଦ୍ଧି କରିଛି ବିସିସିଆଇ । ଫଳରେ ରାହୁଲଙ୍କ ନେଇ ଚାଲିଥିବା ସସପେନ୍ସ ଉପରେ ଯବନିକା ପଡ଼ିଛି । ତାଙ୍କ ସହ ପୁରୁଷ କ୍ରିକେଟ ଟିମର ସପୋର୍ଟ ଷ୍ଟାଫଙ୍କ କାର‌୍ୟ୍ୟକାଳ ବି ବଢାଇଛି ବିସିସିଆଇ । ବିଶ୍ବକପ୍ ପରେ ରାହୁଲଙ୍କ କାର‌୍ୟ୍ୟକାଳ ଶେଷ ହୋଇଥିଲା । ତାଙ୍କ ପରେ କିଏ ହେବେ ମୁଖ୍ୟ କୋଚ୍ ସେନେଇ ଲାଗି ରହିଥିଲା ସସପେନ୍ସ । ବିସିସିଆଇ ଚାହୁଁଥିଲା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲ ମୁଖ୍ୟ କୋଚ୍ ଦାୟିତ୍ବ ତୁଲାନ୍ତୁ । ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ଯାଏ ଦିନିକିଆ, ଟେଷ୍ଟ ଓ ଟି-ଟ୍ବେଣ୍ଟି ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଲେଖାଏ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । କାର‌୍ୟ୍ୟକାଳ ବୃଦ୍ଧି ନେଇ ଗତ ସପ୍ତାହରେ ରାହୁଲଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହ । ଦ୍ରାବିଡଙ୍କ ନେତୃତ୍ବରେ ଗତ ଦୁଇ ବର୍ଷରେ ଭାରତ ଟେଷ୍ଟ, ଦିନିକିଆ ଓ ଟି- ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ କରିଛି । ତାଙ୍କ କୋଚିଂରେ ଉଭୟ ଦିନିକିଆ ବିଶ୍ବକପ ସହ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପରେ ରନର୍ସ ଅପ୍ ହୋଇଛି ଭାରତ । ଉଭୟ ଟେଷ୍ଟ ଓ ଦିନିକିଆରେ ନମ୍ବର ୱାନ ଟିମ୍ କରାଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!