Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଗିଂ ପଡିଲା ମହଙ୍ଗା, ୪ ଛାତ୍ର ଗିରଫ

by ସଞ୍ଜୟ ସ୍ୱାଇଁ
January 5, 2023
in Crime, State
ରାଗିଂ ପଡିଲା ମହଙ୍ଗା, ୪ ଛାତ୍ର ଗିରଫ
164
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହଙ୍ଗା ପଡ଼ିଲା ରାଗିଂ। ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଅଭିଯୋଗରେ ଆଜି କମିଶନରେଟ୍ ପୁଲିସ୍ ୪ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ବିଜେବି କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ କ୍ୟାମ୍ପସରୁ ସସ୍‌ପେଣ୍ଡ କରିଛନ୍ତି। ନିଲମ୍ୱିତ ହୋଇଥିବା ୪ ଛାତ୍ର ପରୀକ୍ଷା ଯାଏଁ କ୍ୟାମ୍ପସ ମାଟି ମାଡ଼ି ପାରିବେ ନାହିଁ। ବିଜେବି କଲେଜରେ ଯୁକ୍ତ ଦୁଇ (ବିଜ୍ଞାନ) ପ୍ରଥମ ବର୍ଷର ଛାତ୍ର ନିୟମିତ ଜଣେ ଛାତ୍ରୀଙ୍କ ସହିତ କ୍ୟାମ୍ପସ୍‌କୁ ଆସୁଥିଲେ। ଯେଉଁଥିପାଇଁ ତାଙ୍କୁ ରାଗିଂ କରିଥିଲେ କେତେକ ସିନିୟର ଛାତ୍ର। ମାଡ଼ ମଧ୍ୟ ମାରିଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡିଓକୁ ନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଆଜି ୪ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ଭିତରେ ଜଣେ ନାବାଳକ ଅଛନ୍ତି। ତାଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ସେପଟେ ଭିଇରାଲ୍ ଭିଡିଓକୁ ନେଇ ଆଜି ବସିଥିଲା କଲେଜ ଷ୍ଟାଫ୍ କାଉନସିଲ୍ ବୈଠକ। ଏଥିରେ ଭାଇରାଲ୍ ଭିଡିଓ ଉପରେ ଆଲୋଚନା ହୋଇଥିଲା। ବୈଠକରେ ନିଷ୍ପତ୍ତି କ୍ରମେ ୪ ଛାତ୍ରଙ୍କୁ ନିଲମ୍ୱିତ କରାଯାଇଛି। ସେମାନେ ହେଲେ ସାଇ ପ୍ରିୟ ରଞ୍ଜନ ଭୋଇ, ସୂର‌୍ୟ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା ଓ ବିକାଶ କୁମାର ଦାସ। ପରୀକ୍ଷା ଯାଏଁ ଏମାନେ କଲେଜ କ୍ୟାମ୍ପସ ଆସିପାରିବେନି ବୋଲି କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!