Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ ପିଇବାକୁ ଟଙ୍କା ନ ଦେବାରୁ ଛାତ୍ରଙ୍କୁ ମାଡ଼ ମାରିଲେ ୩ ସିନିୟର

by ସଞ୍ଜୟ ସ୍ୱାଇଁ
July 6, 2022
in Crime, State
ମଦ ପିଇବାକୁ ଟଙ୍କା ନ ଦେବାରୁ ଛାତ୍ରଙ୍କୁ ମାଡ଼ ମାରିଲେ ୩ ସିନିୟର
116
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଗିଂ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ଚାଲିଥିବା ତମ୍ବିତୋଫାନ ଥମିବାର ନାଁ ଧରୁ ନାହିଁ। ଏହି ସମୟରେ ରାଜଧାନୀରେ ଥିବା ବେସିକ ସାଇନ୍ସ କଲେଜର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରଜଣଙ୍କୁ ସିନିୟରମାନେ ମାଡ଼ ମାରିବା ସହ ଉଠବସ୍ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ର ଜଣଙ୍କ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ଛାତ୍ର ଜଣଙ୍କ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ଛାତ୍ରଙ୍କ ଅଭିଯୋଗ ଅନୁସାରେ, କଲେଜର ୩ ଜଣ ସିନିୟର ଛାତ୍ର ତାଙ୍କୁ ମଦ ପିଇବାକୁ ପଇସା ମାଗିଥିଲେ। ହେଲେ ଛାତ୍ର ଜଣଙ୍କ ପଇସା ଦେବାକୁ ଅରାଜି ହେବାରୁ ତାଙ୍କୁ ସିନିୟରମାନେ ମାଡ଼ ମାରିବା ସହ ଉଠ୍‌ବସ୍‌ କରିଥିଲେ। ଛାତ୍ର ଜଣଙ୍କ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ରାଗିଂ ସଂପର୍କିତ କୌଣସି ଅଭିଯୋଗ ଆସିନି। ଆଣ୍ଟି ରାଗିଂ ସେଲରେ ବି କୌଣସି ଅଭିଯୋଗ ହୋଇନାହିଁ। କ୍ୟାମ୍ପସ ଭିତରେ ଏପରି ଘଟଣା ଘଟି ନାହିଁ। ଅଭିଯୋଗକାରୀ ଛାତ୍ରଙ୍କୁ ଡାକିଛୁ। ତାଙ୍କ ପାଖରୁ ଘଟଣା ବିଷୟରେ ପଚାରି ବୁଝିବୁ। ସୂଚନାଯୋଗ୍ୟ, ଗତକାଲି ଦେବଗଡ଼ ଏଏନ୍‌ଏମ୍‌ ସେଣ୍ଟରର ଛାତ୍ରୀ କଳ୍ପନା କିସାନଙ୍କୁ ସିନିୟରମାନେ ରାଗିଂ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଗତ ୩ ମାସ ହେବ ସିନିୟରମାନେ ତାଙ୍କୁ ମାନସିକ ନିର୍ୟାତନା ଦେଉଥିବା କଳ୍ପନା ଦେବଗଡ଼ ଉଊଗଙଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ସହ ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ମଧ୍ୟ ଫୋନ ଯୋଗେ ଜଣାଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!