ଓଡ଼ଗାଁ(ବାଘୁଆବାର୍ତ୍ତା): ରଘୁନାଥ ଷ୍ଟଡ଼ି କେୟାର ତରଫରୁ ସ୍ଥାନୀୟ ବ୍ଲକ ସ୍ଥିତ ଇନଡୋର ଷ୍ଟାଡିୟମ ପରିସରରେ ବିଦାୟକାଳୀନ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପକ ପି.କେ ସାହୁ,ପି.ସି.ଏମ,ଏସ.ଭଟ୍ଟ,ଶିବରାମ ପଢ଼ିଆରୀ, ଅଭିମନ୍ୟୁ ସାର, କୃଷ୍ଣ ସାର ,ରାଧା ସାର,ରାଜକିଶୋର ସାର , ପ୍ରମୁଖ ଛାତ୍ରଛାତ୍ରୀମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ସର୍ବଦା ଶୃଙ୍ଖଳିତ ଭାବରେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ ।ଗତବର୍ଷର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ଯାହାକି ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ ନିମନ୍ତେ ପ୍ରେରଣାର ଖୋରାକ ଯୋଗାଇବାରେ ସହାୟକ ହେବ ।ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି ଏବଂ ସ୍ମୃତି ଉପରେ ଉଦବୋଧନ ଦେଇଥିଲେ ଏହି ସମୟରେ ଉପସ୍ଥିତ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ଭାବବିହ୍ଵଳ ହୋଇଥିବା ଦେଖିବାକୁ ମିଳିଥିଲା । ସାମ୍ପ୍ରତିକ ସମାଜରେ ବସ୍ତୁବାଦୀ ଚିନ୍ତାଧାରା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମନରୁ ଭକ୍ତି, ଶ୍ରଦ୍ଧା ,ସ୍ନେହ ଧୀରେ ଧୀରେ କମିବାରେ ଲାଗିଛି ,ବ୍ୟକ୍ତି ଏବଂ ସମାଜର ବିକାଶ ସହ ସଭ୍ୟତା ଏବଂ ସଂସ୍କୃତିର ବିକାଶ କେବଳ ଶିକ୍ଷା ଦ୍ୱାରା ସମ୍ଭବ ବୋଲି ମୁଖ୍ୟ ଅତିଥି ଏ.ମହାପାତ୍ର କହିଥିଲେ ।ଶିକ୍ଷକ ସୁଶାନ୍ତ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଆନୁଷ୍ଠାନିକ ମୁଖ୍ୟ ସାରସ କୁମାର ମିଶ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ରଘୁନାଥ ଷ୍ଟଡି କେୟାର ନିଜର ଶୃଙ୍ଖଳିତ ଏବଂ ଉତ୍ତମ ଅଧ୍ୟୟନ ନୀତି ଯୋଗୁଁ ଖୁବ ଅଳ୍ପଦିନ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ମହଲରେ ପ୍ରିୟଭାଜନ ହୋଇପାରିଛି ।






