Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ସ୍ତରୀୟ ରଘୁ-ଦିବାକରଙ୍କ ୮୬ତମ ତିରୋଧାନ ଦିବସ

by ସଞ୍ଜୟ ସ୍ୱାଇଁ
April 4, 2026
in Nayagarh
ଜିଲ୍ଲା ସ୍ତରୀୟ ରଘୁ-ଦିବାକରଙ୍କ ୮୬ତମ ତିରୋଧାନ ଦିବସ
92
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଶହୀଦ ଦିବସ ଅବସରରେ  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମ୍ମାନନୀୟ   ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମ୍ମାଦ୍ଦର୍ ଯୋଗ ଦେଇଥିଲେ। ରଘୁ-ଦିବାକର ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ‌ମାନ୍ୟଵର ବାଚସ୍ପତି ନୟାଗଡ଼ ଜିଲ୍ଲାର ବିକାଶ ପରିକଳ୍ପନା କରି କଣ କଣ କରାଯାଇପାରିବ ସେ ବିଷୟରେ ବକ୍ତବ୍ୟରେ ରଖିଥିଲେ। ଟ୍ରାଫିକ ଗୋଲେଇ ଛକରେ ଟ୍ରାଫିକ ପୋଷ୍ଟ ଲଗାଯିବା ପାଇଁ ପ୍ରସ୍ତାବ ରଖିଥିଲେ। ସେହିପରି ମାନ୍ୟବର ବିଧାୟକ ନୟାଗଡ଼ ସହରରେ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନୟାଗଡ଼ ଜିଲ୍ଲାର ବିକାଶ ଦିଗରେ  ଅନୁରୁପ ମତାମତ ରଖିଥିଲେ ଏବଂ ଇଂରେଜ ସରକାରଙ୍କ ଏଜେଣ୍ଟ ବେଜେଲଗେଟ ଉପରେ ‌ବକ୍ତଵ୍ୟ ରଖିଥିଲେ। ଅଧ୍ୟକ୍ଷା ପୌର ପରିଷଦ ତ୍ୟାଗରେ ଖୁସି ମିଳିଥାଏ ବୋଲି କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନେ ଅନୁରୂପ ଅଭିଭାଷଣ ରଖିଥିଲେ । ଜିଲ୍ଲାପାଳ ପିଲାମାନଙ୍କୁ କହିଲେ ଯେ, ଇତିହାସ ପଢ଼, ପଠାଣି ସାମନ୍ତ ଏବଂ ବିଶିଷ୍ଟ ମହାପୁରୁଷମାନଙ୍କର ବିଷୟରେ ପଢ଼ିଲେ ଆଗକୁ ବଢ଼ିପାରିବ । ଶହୀଦ ମାନଙ୍କର ଜୀବନୀ ପ୍ରେରଣା  ଦେଇଥାଏ । ଶେଷରେ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସାଙ୍ଗ କରାଗଲା ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!