Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ବିମାନ

by ସଞ୍ଜୟ ସ୍ୱାଇଁ
May 5, 2021
in NATIONAL NEWS
ଆଜି ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ବିମାନ
96
VIEWS
Share on FacebookShare on Twitter

ନୂଆଦିଲ୍ଲୀ ,(ବାଘୁଆବାର୍ତ୍ତା):  ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ । ଏଗୁଡ଼ିକ ଆଜି ସକାଳେ ଫ୍ରାନ୍ସର ମେରିଗନାଗ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଛନ୍ତି । ଏଗୁଡ଼ିକ ଆଜି ରାତିରେ ଜାମନଗର ବାୟୁସେନାଘାଟିରେ ଓହ୍ଲାଇବ । ପରେ ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ନିଆଯ଼ିବ । ତେବେ କିଛି ଦିନ ପରେ ଏଗୁଡ଼ିକୁ ପଶ୍ଚିମବଙ୍ଗରେ ଥିବା ହାସିମୋରା ବାୟୁସେନା ଘାଟିରେ ସ୍ଥାଯିଭାବେ ମୁତୟନ କରାଯ଼ିବ । ଭାରତ ଆସିବା ବାଟରେ ଓମାନ ଉପସାଗର ଉପରେ ଉଡ଼ୁଥିବାବେଳେ ଏହି ବିମାନଗୁଡ଼ିକରେ ୟୁଏଇର ବାୟୁସେନାର ପରିବହନ ବିମାନ ଇନ୍ଧନ ଭର୍ତ୍ତି କରିଥିବା ସୂଚନା ମିଳିଛି । ଚଳିତ ମାସ ଶେଷ ସୁଦ୍ଧା ଆଉ ୪ଟି ରାଫେଲ ବିମାନ ଭାରତରେ ପହଞ୍ଚିବ । ସେଗୁଡ଼ିକ ଆସିବା ପରେ ଭାରତୀୟ ବାୟୁ ସେନା ପାଖରେ ଥିବା ରାଫେଲ ସଂଖ୍ୟା ୨୦ରେ ପହଞ୍ଚିବ । ତେବେ କରୋନା ମହାମାରୀ ଯ଼ୋଗୁଁ ଏସବୁ ବିମାନକୁ ଭାରତ ଆଣିବାକୁ ବାୟୁସେନା ପାଇଲଟମାନଙ୍କୁ ବେଶ କଷ୍ଟ କରିବାକୁ ପଡ଼ୁଛି । କାରଣ ସେମାନଙ୍କୁ ଫ୍ରାନ୍ସରେ କିଛି ଦିନ ଏକାନ୍ତବାସରେ ରହିବାକୁ ପଡୁଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ ପ୍ରାୟ ୫୯୦୦୦ କୋଟି ବିନିମୟରେ ମୋଟ ୩୬ଟି ରାଫେଲ ବିମାନ କିଣିବ । ଏହି ୩୬ଟି ବିମାନ ଆସନ୍ତା ୨୦୨୨ ସୁଦ୍ଧା ଭାରତରେ ପହଞ୍ଚିଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!