ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ଅସଦରାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରହିଛନ୍ତି । ଅସଦାଚାରଣ କରିଥିବା ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ପ୍ରତାପ କୁମାର ନାୟକ ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁନାଖଳା ଫାଣ୍ଡି ଅଞ୍ଚଳର ଜୈନିକ ମହିଳା ଚିକିତ୍ସିତ ହେଉଥିଲେ । ଗତକାଲି ମହିଳାଙ୍କ ଦେହ ଟିକେ ଅଧିକ ଅସୁସ୍ଥ ହେବାରୁ ନାବାଳିକା ଝିଅ ଡାକ୍ତରଖାନା ପରିରସରରେ ରହିଥିବା ନିରାମୟ କେନ୍ଦ୍ରକୁ ଔଷଧ ଆଣିବାକୁ ଯାଇଥିଲେ । ରାତି ପ୍ରାୟ ୯ ଟା ସମୟରେ ନାବାଳିକା ଜଣଙ୍କ ଔଷଧ ଧରି ଲିଫ୍ଟ ଯୋଗେ ମେଡିସିନ ୱାର୍ଡ଼କୁ ଫେରୁଥିଲେ । ଲିଫ୍ଟ ମଧ୍ୟରେ ନାବାଳିକାଙ୍କୁ ଏକାକି ଦେଖି କର୍ମଚାରୀଙ୍କ ଅସଦାଚରଣ କରିଥିଲେ । କିଛି ରୋଗୀ ସମ୍ପର୍କିୟ ଏବଂ ଡାକ୍ତରଖାନା କର୍ମଚାରୀ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ନାବାଳିକାଙ୍କ ବାପା ଆଜି ଡାକ୍ତରଖାନାରେ ପହଞ୍ଚି ସମସ୍ତ ଘଟଣା ଜାଣିବା ପରେ ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିଛନ୍ତି ।





