ଭଦ୍ରକ, (ବାଘୁଆବାର୍ତ୍ତା): ସ୍କୁଲ ସମୟରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଧିନ ବୟାଙ୍ଗଡିହି ପଂଚାୟତର ଗୁଡୁପୋଖରୀ ଅଞ୍ଚଳର ରଜ ଖାଁ ସ୍ଥାନୀୟ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଖେଳ ଛୁଟିରେ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ଯୁବକକୁ ଧୁଷୁରୀ ପୋଲିସ ଗିରଫ କରିଛି । ସୂଚନା ଥାଉକି, ଖେଳ ଛୁଟି ସମୟରେ ନାବାଳିକା ଛାତ୍ରୀ ଜଣକ ସ୍କୁଲ ପରିସରରେ ଖେଳୁଥିବା ବେଳେ ରଜ ଖାଁ ଉକ୍ତ ନାବାଳିକାକୁ ମନ୍ଦ ଉଦ୍ଦେଶ୍ୟ ରଖି ଟେକିନେଇ ଖରାପ କାମ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଛାତ୍ର ଦେଖିଦେଇଥିଲେ । ଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ କହିଥିଲେ ବି ପ୍ରଧାନ ଶିକ୍ଷୟତ୍ରୀ କୌଣସି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ପରେ ଯୁବକ ଜଣଙ୍କ ଦୌଡ଼ି ପଳାଇଥିଲା । ପରେ ଛାତ୍ରୀ ଜଣକ କାନ୍ଦି କାନ୍ଦି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀ ଦେହରେ ଔଷଧ ଲଗାଇ କାହାରିକୁ ନଜଣାଇବା ପାଇଁ ପିଲାଟିକୁ ତାଗିଦ୍ କରିଥିଲେ ବୋଲି ଅଭିଯୋଗ ହୋଇଛି । ସନ୍ଧ୍ୟା ସମୟରେ ପିଲାଟି ନିଜ ପରିବାର ପାଖରେ ଘଟଣା ସମ୍ପର୍କରେ କହିଥିଲା । ପରେ ଗାଁ ଲୋକଙ୍କ ସହାୟତାରେ ରଜକୁ ଧରି ଧୁଷୁରୀ ପୋଲିସକୁ ଖବର ଦେବାପରେ ସଂଗେ ସଂଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ଉକ୍ତ ଯୁବକକୁ ଗିରଫ କରିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ରକରି ଆଜି ଗ୍ରାମ ଲୋକମାନେ ସ୍କୁଲ ସମ୍ମୁଖରେ ପହଁଚି ଟାୟାର ଜାଳି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ଅନ୍ୟ ଶିକ୍ଷକ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଘଟଣା ସ୍ଥଳରେ ଧୁଷୁରୀ ପୋଲିସ ପହଁଛି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଦୁଇ ଜଣ ସହକାରୀ ଶିକ୍ଷୟିତ୍ରୀଙ୍କୁ ଥାନାକୁ ନେଇଥିଲା ।





