Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତ ବର୍ଷର ଝିଅକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

by ସଞ୍ଜୟ ସ୍ୱାଇଁ
June 2, 2024
in Crime, State
ସାତ ବର୍ଷର ଝିଅକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା
92
VIEWS
Share on FacebookShare on Twitter

ମୟୁରଭଞ୍ଜ, (ବାଘୁଆବାର୍ତ୍ତା): ସାମ୍ନାକୁ ଆସିଛି ଭୟଙ୍କର ଓ ଲଜାଜନକ ଘଟଣା। ଜଣେ ସାତ ବର୍ଷର ଝିଅଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି କରାଯାଇଛି। ଏପରି ଲୋମହର୍ଷଣକାରୀ ଘଟଣା ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ ଘଟିଛି। ଶନିବାର ଜିଲ୍ଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନାବାଳିକା ଜଣଙ୍କ ଏକା ଘରେ ରହିଥିଲେ। ଏହାର ସୁଯୋଗ ନେଇ ତାଙ୍କର ଜଣେ ସମ୍ପର୍କୀୟ କକା ତାଙ୍କୁ ନିଜ ସହ ନିକଟସ୍ଥ ନଈ ପଠାକୁ ନେଇ ଯାଇଥିଲେ। ପ୍ରଥମେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। କାଳେ ନାବାଳିକା ଜଣଙ୍କ କାହାକୁ ଏକଥା କହିଦେବେ, ସେହି ଭୟରେ ଅଭିଯୁକ୍ତ ଜଣକ ତାଙ୍କୁ ହତ୍ୟା କରିଥିଲେ। ନାବାଳିକାଙ୍କ ପରିବାର ଲୋକ ଭୋଟ ଦେଇ ଘରକୁ ଫେରିବା ପରେ ଝିଅକୁ ପାଇ ନଥିଲେ। ସେମାନେ ଗାଁ ମୁଣ୍ଡରେ ଥିବା ପୋଳପଳା ନଈ ଓ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ବେଶ କିଛି ସମୟର ଖୋଜାଖୋଜି ପରେ ନଈ ପଠାରୁ ନାବାଳିକାଙ୍କର ଉଲଗ୍ନ ମୃତଦେହକୁ ପାଇଥିଲେ। ଝିଅ ଏଠାକୁ କେମିତି ଆସିଲା ବୋଲି ପରିବାର ଲୋକ ଗାଁ ଲୋକଙ୍କ ପଚରା ଉଚରା କରିଥିଲେ। ଏହି ସମୟରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ କକା ରମେଶ ଚନ୍ଦ୍ର ଦେହୁରୀ ଖରାବେଳେ ସାଙ୍ଗରେ ଧରି ବୁଲୁଥିବା ସେମାନେ କହିଥିଲେ। ଏହାପରେ ଗାଁର କିଛି ଲୋକ ଓ ନାବାଳିକାଙ୍କ ପରିବାର ବର୍ଗ ସମ୍ପର୍କୀୟ କକା ରମେଶ ଚନ୍ଦ୍ର ଦେହୁରୀଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କୁ ଗାଳିମନ୍ଦ କରିବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚିବା ପରେ ଗାଁ ଲୋକ ରମେଶ ଚନ୍ଦ୍ର ଦେହୁରୀଙ୍କୁ ପୁଲିସ ଜିମା ଦେଇଥିଲେ। କୁଳିଅଣା ଥାନା ପୁଲିସ ଏହି ଘଟଣାରେ 376(AB)302 IPC ସହ ପକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!