ଜି. ଉଦୟଗିରି, (ବାଘୁଆବାର୍ତ୍ତା): ମାନସିକ ବିକୃତ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ। ଦୁଇ ଜଣ ଅଜଣା ଯୁବକ ମହିଳାଙ୍କୁ କଳିଙ୍ଗା ଘାଟୀର ଅନ୍ଧାରୀ କୋଟି ନିକଟରେ ଦୁଷ୍କର୍ମ କରି ରାସ୍ତା କଡ଼ରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳାଙ୍କ ସ୍ଵାମୀ ଜି.ଉଦୟଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ଫୁଲବାଣୀ ଅଞ୍ଚଳର ଜଣେ ମହିଳା କଳିଙ୍ଗା ଆସିଥିଲେ। ସେଠାରୁ ସେ କଳିଙ୍ଗା ଘାଟୀର ଅନ୍ଧାରୀ କୋଟି ପାଖକୁ ଚାଲିଚାଲି ଆସିଥିଲେ। ସେଠାରେ ଦୁଇ ଜଣ ଅଜଣା ଯୁବକ ମହିଳାଙ୍କୁ ଦୁଷ୍କର୍ମ କରି ରାସ୍ତା କଡ଼ରେ ଛାଡ଼ି ଦେଇଥିଲେ। ଖବର ପାଇ ଜି. ଉଦୟଗିରି ପୋଲିସ ୧୦୮ ଯୋଗେ ଉଦ୍ଧାର କରି ଫୁଲବାଣୀ ପଠାଇଥିଲେ। ମହିଳା ଜଣକ ମାନସିକ ବିକୃତ ହୋଇଥିବା ଯୋଗୁଁ ସେ କିଛି କହିପାରି ନଥିଲେ। ପରେ ମହିଳାଙ୍କ ସ୍ଵାମୀ ଜି.ଉଦୟଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ଘଟିଥିବା ସ୍ଥାନଟି ଭଞ୍ଜନଗର ଅଞ୍ଚଳରେ ଆସୁଥିବାରୁ କେସଟି ଭଞ୍ଜନଗର ପୋଲିସ ଏହାର ତଦନ୍ତ ଆଗକୁ ନେବ ବୋଲି ଜି. ଉଦୟଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି।





