Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀ ପୂଜାଙ୍କ ପ୍ରେମରେ ପ୍ରଭାସ

by ସଞ୍ଜୟ ସ୍ୱାଇଁ
December 1, 2021
in Entertainment
ଅଭିନେତ୍ରୀ ପୂଜାଙ୍କ ପ୍ରେମରେ ପ୍ରଭାସ
244
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରେମରେ ଉବୁଟୁବୁ ବାହୁବଳୀ ଫେମ୍ ପ୍ରଭାସ। ଲକ୍ଷ ଲକ୍ଷ ଫ୍ୟାନ୍ଙ୍କୁ ପାଗଳ କରିଥିବା ପ୍ରଭାସ ଏବେ ନିଜେ ପଡିଛନ୍ତି ପ୍ରେମ ଜାଲରେ। ସେ ଅଭିନେତ୍ରୀ ପୂଜା ହେଗଡେଙ୍କ ପାଇଁ ପାଲଟି ଯାଇଛନ୍ତି ଆଶିକ୍। ତାଙ୍କ ପାଇଁ ସେ ଆଶିକି କରୁଛନ୍ତି। କେତେବେଳେ ତାଙ୍କ ପାଇଁ ଷ୍ଟେସନ ବାହାରେ ଅପେକ୍ଷା କରୁଛନ୍ତି ତ ଆଉ କେତେବେଳେ ବର୍ଷାରେ ଭିଜୁଛନ୍ତି। ସେହିପରି ଆଉ କେତେବେଳେ ତାଙ୍କୁ ବାଇକ୍ରେ ବସାଇ ବୁଲୁଛନ୍ତି। ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ୍’ର ଲଭ୍ ଆନ୍ଥମ୍। ଏହି ଗୀତରେ ସାଉଥ ସୁପରଷ୍ଟାର ପ୍ରଭାସ ପାଲଟିଛନ୍ତି ରମୋଣ୍ଟିକ୍ ବୟ। ସେ ଅଭିନେତ୍ରୀ ପୂଜା ହେଗଡେଙ୍କ ପାଇଁ ପାଗଳ ହୋଇଯାଇଛନ୍ତି। ଏହି ଗୀତଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ୟୁଟ୍ୟୁବ୍ରେ ଧମାଲ କରିଛି। ସୋଶାଲ ମିଡିଆରେ ମଧ୍ୟ ପ୍ରଭାସଙ୍କ ଏହି ଗୀତ ଟ୍ରେଣ୍ଡ କରୁଛି। ଫିଲ୍ମ ‘ରାଧେ ଶ୍ୟାମ୍’ ଟିମ୍ ତରଫରୁ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏହି ଗୀତଟିକୁ ଶେୟାର କରାଯାଇଛି। ଗୀତରେ ପ୍ରଭାସ ଏବଂ ପୂଜାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏହି ଗୀତଟି ରିଲିଜ ହେବା ପରେ ଏବେ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ଏହି ରୋମାଣ୍ଟିକ୍ ଗୀତଟିକୁ ଅରିଜିତ ସିଂହ ଗାଇଛନ୍ତି। ଆସନ୍ତା ଜାନୁଆରୀ ୧୪ରେ ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବ। ବିଭିନ୍ନ ଭାଷାରେ ଫିଲ୍ମଟି ପରଦାକୁ ଆସିବ। ଗୁଲସନ କୁମାର ଓ ଟି-ସିରିଜ ପ୍ରଡକ୍ସନରେ ତିଆରି ଏହି ଫିଲ୍ମକୁ ରାଧା କୃଷ୍ଣା କୁମାର ନିର୍ଦ୍ଦେଶନା ଦେଇଛନ୍ତି। ଲିଡ୍ ରୋଲରେ ପ୍ରଭାସ ଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କ ଅପୋଜିଟ୍ରେ ପୂଜା ହେଗଡେ ଅଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!