Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ରାଧେ ଶ୍ୟାମ’ର ମେକର୍ସ କରୋନା ପାଇଁ ଦାନ କଲେ ୬ କୋଟି ଟଙ୍କା

by ସଞ୍ଜୟ ସ୍ୱାଇଁ
May 11, 2021
in Health, NATIONAL NEWS
‘ରାଧେ ଶ୍ୟାମ’ର ମେକର୍ସ କରୋନା ପାଇଁ ଦାନ କଲେ ୬ କୋଟି ଟଙ୍କା
80
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ଦେଶରେ କରୋନା ଦ୍ୱିତୀୟ ଲହର ସହିତ ଅକ୍ସିଜେନ ସିଲିଣ୍ଡର, ବେଡ ଏବଂ ଔଷଧ ଅଭାବ ମଧ୍ୟ ଦେଖାଯାଉଛି । ଏହି କଠିନ ସମୟରେ ଅନେକ ଷ୍ଟାର ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି ଏବଂ ନିଜ ନିଜ ସ୍ତରରେ ରୋଗୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ପ୍ରଭାସ ଏବଂ ପୂଜା ହେଗେଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ର ନିର୍ମାତା ସହାୟତାର ହାତ ବଢ଼ାଇଛନ୍ତି । ସୂଚନା ଅନୁଯାୟୀ, ନିର୍ମାତା ହାଇଦ୍ରାବାଦରେ ନିର୍ମିତ ଫିଲ୍ମ ସେଟର ସମ୍ପୂର୍ଣ୍ଣ ପ୍ରପର୍ଟିକୁ ଏକ ଘରୋଇ ଡାକ୍ତରଖାନାକୁ ଦାନ କରିଛନ୍ତି । ଏହାର ମୂଲ୍ୟ ୬ କୋଟି ବୋଲି କୁହାଯାଉଛି । ପ୍ରକୃତରେ ଫିଲ୍ମରେ ଇଟାଲୀର ଏକ ହସ୍ପିଟାଲ ପ୍ରଦର୍ଶନ କରିବାକୁ ସେଟ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ୫୦ଟି ବେଡ, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ସ୍ୱାସ୍ଥ୍ୟ ଉପକରଣ ଷ୍ଟାଣ୍ଡ, ଷ୍ଟ୍ରେଚର ଏବଂ ଅକ୍ସିଜେନ ସିଲିଣ୍ଡର ଅନ୍ତର୍ଭୁକ୍ତ ଥିଲା । ନିର୍ମାତା ଏହାକୁ ଏକ ଘରୋଇ ଡାକ୍ତରଖାନାକୁ ଦାନ କରିଛନ୍ତି । ଫିଲ୍ମର ପ୍ରଡକ୍ସନ ଡିଜାଇନର ରବିନ୍ଦର ରେଡ୍ଡୀ ଡେକାନ କ୍ରୋନିକଲ୍କୁ କହିଛନ୍ତି ଯେ ସେ ଏକ ଘରୋଇ ହସ୍ପିଟାଲର ସିଇଓଙ୍କୁ ଭେଟିଥିଲେ ଯାହା ପରେ ଧାରଣା ଆସିଥିଲା । ସିଇଓ କହିଥିଲେ ଯେ ତାଙ୍କ ପାଖରେ ବେଡ ନାହିଁ ଏବଂ ଏହି ସମୟରେ ସମସ୍ତେ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ରବିନ୍ଦର କହିଛନ୍ତି ଯେ ପ୍ରଭାସ ଏବଂ ‘ରାଧେ ଶ୍ୟାମ’ର ସମସ୍ତ ୟୁନିଟ ଏହି ନିଷ୍କତ୍ତିରେ ବହୁତ ଖୁସି ଯେ ଡାକ୍ତରଖାନା ସେଟ ଏବଂ ଅନ୍ୟାନ୍ୟ ଉପକରଣ କୋଭିଡ ୧୯ ର ରୋଗୀଙ୍କୁ ସାହାଯ୍ୟ କରିବ । ‘ରାଧେ ଶ୍ୟାମ’ର ମେକର୍ସଙ୍କ ଏହି ନିସ୍ପତ୍ତି ପରେ ସୋସିଆଲ ମିଡିଆରେ ଖୁବ ପ୍ରତିକ୍ରିୟା ମିଳୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!