ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦବଙ୍ଗ ହିରୋ ସଲମାନଙ୍କ ନିଉ ମୁଭି ‘ରାଧେ’କୁ ସମାଲୋଚନା କରି କେଆରକେଙ୍କ ମହଙ୍ଗା ପଡିଛି । ଏହି ଘଟଣାକୁ ନେଇ ମଧ୍ୟ କେଆରକେଙ୍କୁ ଝଟକା ଦେଇଛନ୍ତି କୋର୍ଟ । କେଆରକେ ସଲମାନଙ୍କ ବିରୋଧରେ କୌଣସି ବି ଟିପ୍ପଣି କିମ୍ବା ଭିଡିଓ ପୋଷ୍ଟ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି । ସୂଚନାନୁସାରେ, ଫିଲ୍ମ ସମାଲୋଚକ କମଲ ଆର ଖାନ୍ ବଲିଉଡ ଅଭିନେତା ସଲମାନ ଖାନ୍ଙ୍କ ନୂଆ ମୁଭି ‘ରାଧେ’କୁ ନେଇ ସମାଲୋଚନା ଉଠାଇଥିଲେ । ସଲମାନଙ୍କ ବିରୋଧରେ କେଆରକେ ଅନେକ ବ୍ୟକ୍ତିଗତ ଅଭିଯୋଗ ମଧ୍ୟ କରିଥିଲେ । ଏନେଇ ସଲମାନ ଖାନ୍ ଟିମ୍ କେଆରକେଙ୍କ ଉପରେ ମାନହାନି ମକଦ୍ଦମା ଦାୟର କରିଥିଲେ । ଉଭୟଙ୍କ ମାମଲା ମଧ୍ୟ କୋର୍ଟରେ ଶୁଣାଣି ହୋଇଛି ।





