Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଧାମୋହନ ଗଡନାୟକ ସାହିତ୍ୟ ଅନୁଷ୍ଠାନ ତରଫରୁ “ସେଇ ଦରପୋଡା କାଠ”ସମ୍ମାନିତ

by ସଞ୍ଜୟ ସ୍ୱାଇଁ
April 12, 2021
in Education
ରାଧାମୋହନ ଗଡନାୟକ ସାହିତ୍ୟ ଅନୁଷ୍ଠାନ ତରଫରୁ “ସେଇ ଦରପୋଡା କାଠ”ସମ୍ମାନିତ
534
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା) : ଅନୁଗୁଳ ଜିଲ୍ଲାର ରେଡକ୍ରସ ଭବନ ଠାରେ “ରାଧାମୋହନ ଗଡନାୟକ ସାହିତ୍ୟ ଅନୁଷ୍ଠାନ”ର ରାଜ୍ୟ ସ୍ତରୀୟ ଷଷ୍ଠ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି।ପୁରୀ, କଟକ, ଯାଜପୁର, ନବରଙ୍ଗପୁର, ଦେବଗଡ଼ ଢେଙ୍କାନାଳ,ନୟାଗଡ଼, ଗଞ୍ଜାମ ଭଳି ଓଡ଼ିଶାର ଅଧିକାଂଶ ଜିଲାରୁ ଏକ ଶହରୁ ଅଧିକ କବି କବୟତ୍ରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

ଓଡ଼ଗାଁବ୍ଲକ କୁରାଳ ଗ୍ରାମପଞ୍ଚାୟତ ଦଣ୍ଡୋରଗ୍ରାମର ଯୁବ ଗାଳ୍ପିକ ତଥା କବି ସାନ୍ତନୁ ବିଶୋଇଙ୍କ ଦର୍ପଣ ପବ୍ଲିକେଶନ ନୟାଗଡ ଦ୍ୱାରା ନିକଟ ଅତୀତରେ ଉନ୍ମୋଚିତ ହୋଇ ଥିବା ଗଳ୍ପ ସଂକଳନ “ସେଇ ଦରପୋଡା କାଠ” ରାଧାମୋହନ ଗଡନାୟକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଦୀପଶିଖା ଗାଳ୍ପିକ ସମ୍ମାନର ଅଧିକାରୀ ହୋଇପାରିଛି।ରାଜ୍ୟସ୍ତରୀୟ ଏହି ଉତ୍ସବରେ ସମ୍ମାନିତ ହୋଇ ଲେଖକ ନୟାଗଡ ଜିଲ୍ଲାର ଯୁବକ ଲେଖକ ମାନଙ୍କ ପ୍ରତି ଏକ ଉଦାହରଣ ସାଜିଛନ୍ତି। ପ୍ରକାଶ ଥାଉ କି, ଅଳ୍ପ କିଛି ଦିନ ତଳେ ନୟାଗଡ଼ ପୁଷ୍ପାଞ୍ଜଳି ମାସିକ ସାହିତ୍ୟ ପତ୍ରିକା ତରଫରୁ “ସେଇ ଦରପୋଡା କାଠ” ପୁସ୍ତକ ପାଇଁ ଶ୍ରୀଯୁକ୍ତ ସାନ୍ତନୁ ବିଶୋଇଙ୍କୁ “ପୁଷ୍ପାଞ୍ଜଳି ଗାଳ୍ପିକ ପ୍ରତିଭା ସମ୍ମାନ୨୦୨୧” ମିଳିସାରିଛି।ପାଠକୀୟ ଆଦୃତି ଓ ପ୍ରସଂଶକ ମାନଙ୍କ ଶୁଭେଚ୍ଛାର ସୁଅ ତାଙ୍କୁ ଆହ୍ଲାଦିତ କରିବା ସଙ୍ଗେ ସଙ୍ଗେ ନୟାଗଡ ଜିଲ୍ଲା ପାଇଁ ତାହା ଗୌରବ ଆଣି ଦେଇଛି।

ଉକ୍ତ ଉତ୍ସବରେ ଅନୁଗୁଳ ଜିଲ୍ଲା ତରଫରୁ ଓଡ଼ିଶା ସାହିତ୍ୟ ଏକାଡେମୀରେ ପ୍ରତିନିଧିତ୍ଵ କରୁଥିବା ସଂଗ୍ରାମ କେଶରୀ ପୃଷ୍ଟି ଯୋଗ ଦେଇଥିଲେ। ଶାନ୍ତନୁ ସର ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେବା ସହ ମୁଖ୍ୟ ଅତିଥି ଭାବରେ ପ୍ରଫେସର ତଥା ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀଯୁକ୍ତ କୁମୁଦଚନ୍ଦ୍ର ଦାଶ ଏବଂ ଶିଶୁ ସାହିତ୍ୟିକ କବି ଜ୍ୟୋତି ନିରଞ୍ଜନ ପତି ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଓ ଓଡ଼ିଆ ସାହିତ୍ୟକୁ ରାଧାମୋହନ ଗଡନାୟକ ଙ୍କ ଅବଦାନ ବିଷୟରେ ଅବତାରଣା କରାଇଥିଲେ। ପ୍ରଫେସର ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ଦାଶ ଅନୁଗୁଳ ଜିଲ୍ଲା ଏବଂ ରାଧାମୋହନ ଗଡନାୟକ ପରସ୍ପର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଅଭିହିତ କରି କହିଥିଲେ, ରାଧାମୋହନ ଗଡନାୟକଙ୍କୁ ଛାଡ଼ି ସମୃଦ୍ଧ ସାହିତ୍ୟ ବିଶିଷ୍ଟ ଅନୁଗୁଳ କଳ୍ପନା କରାଯାଇ ନପାରେ ଏବଂ ଓଡିଶା ସାହିତ୍ୟ କ୍ଷେତ୍ରରେ ଅନୁଗୁଳ ଜିଲ୍ଲାର ଭୂମିକା ଚିନ୍ତା କଲାବେଳେ ରାଧାମୋହନ ଗଡନାୟକଙ୍କୁ ଛାଡି ଦିଆଯାଇ ନପାରେ।

ରାଧାମୋହନ ଗଡନାୟକ ସାହିତ୍ୟ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଚତୁର୍ଭୁଜ ସାହୁ, ସମ୍ପାଦକ ନରେଶ ଚନ୍ଦ୍ର ଏବଂ ସାଥି ନମିତା ନାୟକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!