Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁମ୍ବଲେ-କପିଲଙ୍କୁ ପଛରେ ପକାଇ ଇତିହାସ ରଚିଲେ ଅଶ୍ୱିନ୍

by ସଞ୍ଜୟ ସ୍ୱାଇଁ
December 5, 2021
in Sports
କୁମ୍ବଲେ-କପିଲଙ୍କୁ ପଛରେ ପକାଇ ଇତିହାସ ରଚିଲେ ଅଶ୍ୱିନ୍
224
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ଵିତୀୟ ଟେଷ୍ଟ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜି ହେଉଛି ମ୍ୟାଚ୍ର ତୃତୀୟ ଦିନ। ଭାରତ ଦ୍ଵାରା ଧାର୍ୟ୍ୟ ୫୪୦ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୪୦ ରନ କରିଛି। ଏଥିରୁ ୩ଟି ଓ୍ଵିକେଟ୍ ଅଶ୍ଵିନ ନେଇଛନ୍ତି। ଏଥିସହ ଭାରତର ଏହି ଷ୍ଟାର ବୋଲର ଟେଷ୍ଟ କ୍ରିକେଟ୍ରେ ନୂତନ ଇତିହାସ ରଚିଛନ୍ତି। ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ଗୋଟିଏ ବର୍ଷରେ ଚତୁର୍ଥ ଥର ୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ ନେବାର ରେକର୍ଡ କରିଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି ଭାରତୀୟ ବୋଲରଙ୍କ ଦ୍ଵାରା ଏକ ବର୍ଡ ରେକର୍ଡ। ଏହି ମାମଲାରେ ଅଶ୍ଵିନ ଅନିଲ କୁମ୍ବଲେ ଓ କପିଲ୍ ଦେବଙ୍କ ପରି ଦିଗ୍ଜ ବୋଲରଙ୍କୁ ପଛରେ ପକାଇଛନ୍ତି। ଅଶ୍ଵିନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡର ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ହାସଲ କରିବା ସହ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ଗୋଟିଏ ବର୍ଷରେ ଚତୁର୍ଥ ଥର ୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେବାର ଉପଲବ୍ଧି ହାସଲ କରିଛନ୍ତି। ଚଳିତ ବର୍ଷ ଏ ପର୍ୟ୍ୟନ୍ତ ଅଶ୍ଵିନ ୫୦ ଓ୍ଵିକେଟ୍ ନେଇ ସାରିଛନ୍ତି। ଏହା ପୂର୍ବରୁ ସେ ୨୦୧୫, ୨୦୧୬ ଓ ୨୦୧୭ରେ ଟେଷ୍ଟ କ୍ରିକେଟ୍ରେ ୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେଇଥିଲେ। ଏପରିକି ୨୦୨୧ରେ ପ୍ରଥମ ବୋଲର ଭାବେ ଅଶ୍ଵିନ ୫୦ ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନଙ୍କ ପୂର୍ବରୁ ଅନିଲ୍ କୁମ୍ବଲେ ତିନି ଥର ଏହି କାରନାମା କରିଥିଲେ। ଟେଷ୍ଟ କ୍ରିକେଟ୍ର ଗୋଟିଏ ଇନିଂସରେ ସମସ୍ତ ୧୦ ଓ୍ଵିକେଟ୍ ନେବାର ରେକର୍ଡପ କରିଥିବା କୁମ୍ବଲେ ୧୯୯୯, ୨୦୦୪ ଓ ୨୦୦୬ରେ ଟେଷ୍ଟ କ୍ରିକେଟ୍ରେ ୫୦ କିମ୍ବା ତଦୁର୍ଦ୍ଧ୍ଵ ଓ୍ଵିକେଟ୍ ନେଇଛନ୍ତି। ତାଙ୍କ ବ୍ୟତୀତ ହରଭଜନ ସିଂହ ତିନି ଏବଂ କପିଲ୍ ଦେବ ଦୁଇ ଥର ଏହି ସଫଳତା ହାସଲ କରିଛନ୍ତି। ହରଭରଜନ ୨୦୦୧, ୨୦୦୨ ଓ ୨୦୦୮ରେ ଏହି ସଫଳତା ହାସଲ କରିଥିବା ବେଳେ କପିଲ୍ ଦେବ ୧୯୭୯ ଓ ୧୯୮୩ରେ ଏହି ରେକର୍ଡ ନିଜ ନାମର କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!