ନୟାଗଡ଼, (ବାଘୁଆବାର୍ତ୍ତା): ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ନୟାଗଡ଼ ଜିଲ୍ଲା ସଭାପତି ଭାବେ ରଣପୁର ବ୍ଲକ କୋଟଗଡ ଗ୍ରାମର ରବି ଦୋରା ନୂତନ ଭାବେ ନିଯୁକ୍ତ ହୋଇଛନ୍ତି।ଶ୍ରୀଯୁକ୍ତ ଦୋରା ପୂର୍ବରୁ ଆଇଏଚଆରସି ନୟାଗଡ଼ ଜିଲ୍ଲା ବୋର୍ଡ ର ସଦସ୍ୟ ଥାଇ ସାମାଜିକ ନ୍ୟାୟ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରି ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିଲେ।ଏହାକୁ ଦୃଷ୍ଟିରେ ରଖି ପରିଷଦର ଜାତୀୟ ସଭାପତି ନଶିତ୍ ଆଫ୍ରୋଜ୍ ଏହି ନିଯୁକ୍ତି ପ୍ରଦାନ କରିଥିବାବେଳେ ଏହି ପଦବୀ ରେ ରହି ଆଗାମୀ ଦିନରେ ସଂଗଠନର ମର୍ଯ୍ୟାଦାକୁ ଉତ୍ତରୋତ୍ତର ବୃଦ୍ଧି କରିବା ସହ ବୃହତ ସଫଳତା ହାସଲ ପାଇଁ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି।





