Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅରୁଣଙ୍କ ପ୍ରଶ୍ନ, କାର୍ଯ୍ୟକାଳ ପୂର୍ବରୁ ରଘୁବରଙ୍କୁ ବିଜେପି କାହିଁକି ତଣ୍ଟିଆ ମାରି ତଡିଲେ

by ସଞ୍ଜୟ ସ୍ୱାଇଁ
January 12, 2025
in Nayagarh, State
ଅରୁଣଙ୍କ ପ୍ରଶ୍ନ, କାର୍ଯ୍ୟକାଳ ପୂର୍ବରୁ ରଘୁବରଙ୍କୁ ବିଜେପି କାହିଁକି ତଣ୍ଟିଆ ମାରି ତଡିଲେ
309
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ଫେରି ଯାଇଛନ୍ତି । ଏହା ପରେ ସେ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । କାର୍ଯ୍ୟକାଳ ପୂର୍ବରୁ ସେ ରାଜ୍ୟପାଳ ପଦରୁ ହଟିଥିଲେ ମଧ୍ୟ ରାଜ୍ୟରେ ତାଙ୍କ ଚର୍ଚ୍ଚା ଏବେ କମିନି । ସେ କହିଛନ୍ତି ରାଜ୍ୟପାଳଙ୍କ ପଦବ ଲାଟ ସାହେବ ନୁହଁ । ଏହାକୁ ନେଇ ରାଜନୈତିକ ସ୍ତରରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପି ରଘୁବର ଜଣେ ଲୋକପ୍ରିୟ ରାଜ୍ୟପାଳ ବୋଲି ପ୍ରକାଶ କରିଛି । ଏହାର ଜବାବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୋଧୀଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଆଜି ପ୍ରେସ୍ ମିଟ୍ କରି ପ୍ରଶ୍ନ ପଚାରିଲେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଯଦି ରଘୁବର ଲାଟ୍ ସାହାବ୍ ନଥିଲେ ତାଙ୍କ ପୁଅ ନିଜ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ସହ ତଣ୍ଟିଆ ମାରିଥିଲେ ତେବେ ସେ ଆଜି ପର୍ଯ୍ୟନ୍ତ ବନ୍ଧା ହେଲେ ନାହିଁ କାହିଁକି । ଅପରାଧ କରି କିଭଳି ତାଙ୍କ ପୁଅ ଖସିଲେ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ସବୁ ମାଫ୍ ଭଳି ସେ ଖସିଲେ ବୋଲି ସେ କହିଛନ୍ତି । ରଘୁବର ୩୦ ଜିଲ୍ଲା ବୁଲି ଲୋକଙ୍କ ସହିତ ସୁସମ୍ପର୍କ ରଖିବା ସହ ଲୋକମାନଙ୍କର ଅଭିଯୋଗ ଶୁଣୁଥିଲେ ବୋଲି ବିଜେପି ପ୍ରକାଶ କରିଛି । ଏହାର ଜବାବରେ ବିଜେଡି କହିଛି ୩୦ ଜିଲ୍ଲାରୁ ରଘୁବର ଆଣିଥିବା ଅଭିଯୋଗର ସମାଧାନ କେତେ ହୋଇଛି । ଏହା ରାଜ୍ୟ ସରକାର ପ୍ରକାଶ କରନ୍ତୁ । ସେ ଯେଉଁ ୩୦ ଜିଲ୍ଲା ବୁଲୁଥିଲେ ବିଜେପିର ଏଜେଣ୍ଟ ହୋଇ ବୁଲୁଥିଲେ ନା ବିଜେଡିର ସ୍ଥିତି ବୁଝୁଥିଲେ । କୌଣସି ସ୍ଥାନରେ ମାଟି ଗାଣ୍ଡୁଏ ପକାଇବାର କ୍ଷମତା ରାଜ୍ୟପାଳଙ୍କ ନଥାଏ , ଯାହା କରନ୍ତି ରାଜ୍ୟ ସରକାର । ତିନିମାସ କାର‌୍ୟ୍ୟକାଳ ମଧ୍ୟରେ ରଘୁବର ଯେତେସବୁ ଅଭିଯୋଗ ଆଣିଥିଲେ ତାହା କାହାକୁ ଦେଇଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଏହାକୁ ଲୋକଲୋଚନକୁ ଆଣନ୍ତୁ ନଚେତ କେତେ ଅଭିଯୋଗର କେତେ ସମାଧାନ କରିଛନ୍ତି ତାହା ପ୍ରକାଶ କରନ୍ତୁ ବୋଲି ଅରୁଣ କହିଛନ୍ତି । ରଘୁବର ଅଭିଯୋଗ ଶୁଣିବାକୁ ନୁହେଁ ବିଜେପିର ପ୍ରଚାର କରିବାକୁ ଯାଉଥିଲେ ବୋଲି ଅରୁଣ ଅଭିଯୋଗ କରିଛନ୍ତି । ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ ତେବେ ଦଳ ତାଙ୍କୁ କାହିଁକି ତଣ୍ଟିଆ ମାରି ତଡିଲା ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ଏହାର ଉତ୍ତର ଦେଉ ବୋଲି ଅରୁଣ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!