Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ୟାରିସ୍ ଫ୍ୟାଶନ୍‌ ୱିକ୍‌ରେ ଜଲୱା ଦେଖାଇଲେ ଐଶ୍ଵର୍ଯ୍ୟା

by ସଞ୍ଜୟ ସ୍ୱାଇଁ
October 2, 2023
in NATIONAL NEWS, WORLD
ପ୍ୟାରିସ୍ ଫ୍ୟାଶନ୍‌ ୱିକ୍‌ରେ ଜଲୱା ଦେଖାଇଲେ ଐଶ୍ଵର୍ଯ୍ୟା
112
VIEWS
Share on FacebookShare on Twitter

ମୁମ୍ଵାଇ, (ବାଘୁଆବାର୍ତ୍ତା): ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୱାର୍ଲ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବର୍ତ୍ତମାନ ସେ ପ୍ୟାରିସରେ ଅଛନ୍ତି। ‘ପ୍ୟାରିସ୍ ଫ୍ୟାଶନ ୱିକ୍‌’ର’ ଲ’ଅରିଆଲ୍ ‘ଶୋ’ରେ ଭାଗ ନେଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ ଯାଇଛନ୍ତି। ‘L’Oreal’ ର ଭାରତୀୟ ଆମ୍ଵାସାଡର ହୋଇ ଐଶ୍ୱର୍ଯ୍ୟା ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଏକ ଅଂଶ ହୁଅନ୍ତି । ଗତକାଲି ଏହି ଇଭେଣ୍ଟରୁ ଅଭିନେତ୍ରୀଙ୍କ ଅନେକ ଫଟୋ ପ୍ରକାଶ ପାଇଥିଲା। ବର୍ତ୍ତମାନ ଅଭିନେତ୍ରୀ ପ୍ୟାରିସ୍ ଫ୍ୟାଶନ ୱିକ୍‌ରେ L’Oreal ପାଇଁ ରାମ୍ପରେ ଚାଲିଛନ୍ତି। ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଭିନେତ୍ରୀ ଏକ ଗୋଲ୍ଡେନ୍‌ ରଙ୍ଗର ଶିମିରି ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫ୍ୟାଶନ୍ ସୋ’ରେ ଐଶ୍ୱର୍ଯ୍ୟା ତାଙ୍କ ଗ୍ଲାମରସ୍ ଗାଉନ୍ ସହିତ ଖୋଲା କେଶରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଅଭିନେତ୍ରୀ ନିଜେ ମଞ୍ଚରୁ ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କର ଏହି ଲୁକ୍ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ତାଙ୍କ ବିଶେଷ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି । କହିବାକୁ ଗଲେ ଏଥର ବଚ୍ଚନ ପରିବାରର ଜଣେ ନୁହେଁ ଦୁଇଜଣ ସଦସ୍ୟ ଏହି ଇଭେଣ୍ଟର ଅଂଶ ହୋଇଛନ୍ତି। ଅମିତାଭଙ୍କ ନାତୁଣୀ ନବ୍ୟା ନାବେଲି ନନ୍ଦା ମଧ୍ୟ ‘ପ୍ୟାରିସ ଫ୍ୟାଶନ ୱିକ୍‌’ରେ ଡେବ୍ୟୁ କରିଥିଲେ। ଗତକାଲି ନବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ୟାରିସରୁ କିଛି ଫଟୋ ସେୟାର କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!