Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଭି ସିନ୍ଧୁ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି

by ସଞ୍ଜୟ ସ୍ୱାଇଁ
July 30, 2021
in NATIONAL NEWS, Sports, WORLD
ପିଭି ସିନ୍ଧୁ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି
87
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଭାରତର ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟର୍ ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ୨୧-୧୩, ୨୨-୨୦ ଗେମରେ ହରାଇ ସିନ୍ଧୁ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ସେମିରେ ସିନ୍ଧୁଙ୍କ ସାମ୍ନା ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ୍ ଓ ଇନ୍ତାନନ୍ ରତଚାନୋକଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର୍ ମୁକାବିଲାର ବିଜେତା ସହ ହେବ। ଉକ୍ତ ମ୍ୟାଚର ପ୍ରଥମ ଗେମକୁ ସିନ୍ଧୁ ସହଜରେ ଜିତି ନେଇଥିଲେ। ସିନ୍ଧୁ ଆରମ୍ଭରୁ ୫-୬ରେ ପଛୁଆ ରହିଥିଲେ। କିନ୍ତୁ ପରେ ସେ କମବ୍ୟାକ୍ କରି ବ୍ରେକ୍ ସୁଦ୍ଧା୧୧-୭ରେ ଆଗୁଆ ହୋଇଥିଲେ। ଦ୍ୱିତୀୟାର୍ଦ୍ଧରେ ୧୮-୧୩ରେ ଆଗୁଆ ଥିବା ସିନ୍ଧୁ ଲଗାତର ତିନି ପଏଣ୍ଟ ହାସଲ କରି ପ୍ରଥମ ଗେମକୁ ନିଜ ନାଁରେ କରିଥିଲେ। ଦ୍ୱିତୀୟ ଗେମରେ ସିନ୍ଧୁ ପୁଣିଥରେ ଭଲ ଆରମ୍ଭ କରି ବ୍ରେକ୍ ସୁଦ୍ଧା ୧୧-୬ରେ ଆଗୁଆ ରହିଥିଲେ ଏବଂ ମ୍ୟାଚକୁ ଏକତରଫା ଭାବେ ଜିତିନେବେ ବୋଲି ଲାଗୁଥିଲା। ବ୍ରେକ୍ ପରେ ମଧ୍ୟ ସିନ୍ଧୁଙ୍କ ଦବଦବା କାଏମ୍ ରହିଥିଲା ଏବଂ ୧୫-୧୧ରେ ଆଗୁଆ ରହିଥିଲେ। କିନ୍ତୁ ଏହି ସମୟରେ ୟାମାଗୁଚି ଲଗାତର ୫ ପଏଣ୍ଟ ହାସଲ କରି ଗେମରେ ୧୬-୧୫ରେ ଆଗୁଆ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। ୟାମାଗୁଚି ଚମତ୍କାର କମବ୍ୟାକ୍ କରି ୨୦-୧୯ରେ ଆଗୁଆ ଥିଲେ, କିନ୍ତୁ ସିନ୍ଧୁ ଲଗାତର ୩ ପଏଣ୍ଟ ହାସଲ କରି ଗେମକୁ ୨୨-୨୦ରେ ନିଜ ନାଁରେ କରିବା ସହ ମ୍ୟାଚକୁ ଜିତି ନେଇଥିଲେ। ଚଳିତ ଅଲିମ୍ପିକ୍ସରେ ସିନ୍ଧୁ ଏପର୍ୟ୍ୟନ୍ତ ଗୋଟିଏ ବି ଗେମ୍ ହାରିନାହାନ୍ତି। ଗ୍ରୁପ୍ ଷ୍ଟେଜରେ ସିନ୍ଧୁ ପ୍ରଥମ ମ୍ୟାଚରେ ଇସ୍ରାଏଲର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ ଗେମରେ ହରାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ହଂକଂର ଚିଉଙ୍ଗ ଗାନ୍ ୟି’ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ। ସେହିପରି ପ୍ରି-କ୍ୱାର୍ଟର୍ ଫାଇନାଲରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!