Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧାର ଟଙ୍କା ପାଇଁ ପୁତୁରା ମାଡ଼ରେ ମଉସା ମୃତ

by ସଞ୍ଜୟ ସ୍ୱାଇଁ
February 4, 2025
in Crime, State
ଧାର ଟଙ୍କା ପାଇଁ ପୁତୁରା ମାଡ଼ରେ ମଉସା ମୃତ
144
VIEWS
Share on FacebookShare on Twitter

ଭୁବନ, (ବାଘୁଆବାର୍ତ୍ତା): ଷ୍ଟିଲ ପାଇପରେ ପିଟି ମଉସାକୁ ହତ୍ୟା କଲା ପୁତୁରା । ଘଟଣା ଘଟିଛି ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ ସ୍ଥିତ ଏକ ଷ୍ଟିଲ ଦୋକାନ ସମ୍ମୁଖରେ । ଅଭିଯୁକ୍ତ ପୁତୁରା ମଉସାକୁ ପିଟୁଥିବାର ଦୃଶ୍ୟ ସିସିଟିଭିରେ ହୋଇଛି ରେକର୍ଡ । ଧାର ଦଶ ହଜାର ଟଙ୍କାକୁ ନେଇ ପୁତୁରା ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ମୃତ ମଉସା ହେଉଛନ୍ତି ସୁଶାନ୍ତ ସେଠୀ । ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ହାପି ବେହେରାଙ୍କୁ ଗିରଫ କରି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁସାରେ ୧୦ ହଜାର ଟଙ୍କା ପାଇଁ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଧାର ଟଙ୍କା ମାଗିବା ପାଇଁ ହାପି, କାମ କରୁଥିବା ଏକ ଷ୍ଟିଲ ଦୋକାନରେ ପହଞ୍ଚିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ହାପି, ସୁଶାନ୍ତଙ୍କୁ ପଛପଟୁ ଏକ ଷ୍ଟିଲ ପାଇପରେ ପିଟି ଦେଇଥିଲେ । ଫଳରେ ରକ୍ତାକ୍ତ ଅବସ୍ଥାରେ ସୁଶାନ୍ତ ତଳେ ପଡ଼ିଯାଇଥିଲେ । ତାଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଢେଙ୍କାନାଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସୁଶାନ୍ତଙ୍କ ସ୍ତ୍ରୀ ଟିକିନା ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ହାପିଙ୍କୁ ଭୁବନ ଥାନା ପୋଲିସ ଗିରଫ କରି ପଚାରଉଚାର କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!