Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦାଦାକୁ ହତ୍ୟା ଉଦ୍ୟମ କରିଥିବା ପୁତୁରା ଗିରଫ

by ସଞ୍ଜୟ ସ୍ୱାଇଁ
December 9, 2024
in Crime, State
ଦାଦାକୁ ହତ୍ୟା ଉଦ୍ୟମ କରିଥିବା ପୁତୁରା ଗିରଫ

Arrested man in handcuffs with handcuffed hands behind back in prison

32
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଅସୁସ୍ଥ ହୋଇ ଦାଦା ଘରେ ଆଶ୍ରୟ ନେଇଥିଲା । ଆଉ ସୁଯୋଗ ଦେଖି ଦାଦାକୁ ଆକ୍ରମଣ କରି ସୁନା ଗହଣା ଲୁଟି ଫେରାର ହୋଇଯାଇଥିଲା । ପ୍ରାୟ ୧୫ ଦିନ ପରେ ଅଭିଯୁକ୍ତ ପୁତୁରାକୁ ବାନ୍ଧିଛି ବ୍ରହ୍ମପୁର ପୋଲିସ । ନଭେମ୍ବର ୨୪ ତାରିଖ ସଂଧ୍ୟାର ଘଟଣା । ପ୍ରାୟ ରାତି ୮ଟା ସମୟରେ ପୁତୁରା ଚନ୍ଦନ ବିଶ୍ବାଳ ଦାଦା ଭଞ୍ଜ କିଶୋର ନନ୍ଦଙ୍କୁ ଆକ୍ରମଣ କରିଥିଲା । ମୁଣ୍ଡରେ ଜୋରରେ ଆଘାତ କରିବାରୁ କୋମାକୁ ଚାଲିଯାଇଥିଲେ ଭଞ୍ଜ କିଶୋର । ଏବେ କଟକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପତ୍ନୀ ସଂଯୁକ୍ତା ପ୍ରଧାନ ଶିକ୍ଷୟିତ୍ରୀ ହୋଇଥିବାରୁ ମାଲକାନଗିରି ଏମଭି-୧୬ରେ ରହୁଥିବାରୁ ବ୍ରହ୍ମପୁର ସ୍ଥିତ ଘରେ ଭଞ୍ଜ ଏକୁଟିଆ ରହୁଥିଲେ । ପୁତୁରା ଚନ୍ଦନ ଅସୁସ୍ଥ ହୋଇ ଏମ୍‌କେସିଜିରେ ଚିକିତ୍ସା ପରେ ଦାଦାଙ୍କ ଘରେ କିଛି ଦିନ ହେବ ରହୁଥିଲା । ପରେ ଦାଦାଙ୍କୁ ଆକ୍ରମଣ କରିବା ସହ ତାଙ୍କର ଲାପଟପ୍‌, ମୋବାଇଲ ଫୋନ, ନଗଦ ୫୦ ହଜାର ଟଙ୍କା, ସୁନା ମୁଦି ଲୁଟିନେଇଥିବା ନେଇ ସଂଯୁକ୍ତା ୭ ତାରିଖରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଚଢାଉ ପରେ ପୋଲିସ ଚନ୍ଦନକୁ ଗିରଫ କରିଥିଲା । ତା ନିକଟରୁ ୩ଟି ବଇକ, ଗୋଟିଏ ଲାପଟପ୍‌ ଓ ମୋବାଇଲ ଫୋନ ଜବତ ହୋଇଛି । ଚନ୍ଦନ ନାଁରେ ବୈଦ୍ୟନାଥପୁର ଥାନାରେ ୫ଟି ଅପରାଧିକ ମାମଲା ଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!