Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ

by ସଞ୍ଜୟ ସ୍ୱାଇଁ
May 14, 2025
in State
ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
13
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ରଥ ନିର୍ମାଣର ୧୩ତମ ଦିବସରେ ବିଶ୍ୱକର୍ମାମାନେ ରଥଖଳାରେ ୩ଟି ଅନୁକୂଳ କରିଛନ୍ତି । ପହିରେ ବିନ୍ଧ, ସିଙ୍ଗଡ଼ା(ଅର ସଂଯୁକ୍ତ ତୁମ୍ବ)ରେ ପହି ସଂଯୋଗ ଓ ତୁମ୍ବରେ ପନ୍ଦାରି ଏବଂ ବଳା ପିନ୍ଧା କାର୍ଯ୍ୟ ମଙ୍ଗଳବାର ଅନୁକୂଳ ହୋଇଛି । କାର୍ଯ୍ୟାରମ୍ଭ ପୂର୍ବରୁ ରଥ ନିର୍ମାଣ ପରମ୍ପରାକ୍ରମେ ପୂଜାର୍ଚ୍ଚନା କରିଥିଲେ ତିନି ରଥର ମୁଖ୍ୟ ବିଶ୍ୱକର୍ମା । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇସେବକ ବିଲେଇ ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ା ଓ ପହିକୁ ସଂଯୋଗ କରିଛନ୍ତି । ଯନ୍ତାପଟାରେ ପଡ଼ି ସିଙ୍ଗଡ଼ାକୁ ପହି ପିନ୍ଧାଇ ଖୁସିଅର ଲଗାଯାଉଛି । ପରେ କଳସା କରାଯାଇ ପହିକୁ ଖାପରେ ବାନେ୍ଧଣୀ କରି ଚକ ପ୍ରସ୍ତୁତ ହେବ । ବୁଧବାର ସୁଦ୍ଧା ତିନି ରଥର ନାହାକା ଚକ ପ୍ରସ୍ତୁତ ହେବ ବୋଲି ସୂଚନା ରହିଛି । ନିର୍ମାଣକାରୀଙ୍କ ଟାର୍ଗେଟ ଏବେ ଠାକୁରଙ୍କ ଭଉଁରି ଉତ୍ସବ । ରଥ ତିଆରି ପରମ୍ପରା ଅନୁସାରେ ଭଉଁରି ଯାତ୍ରାରେ ଚକ ଅଖ ଡ଼େରା ହେବ । ଅର୍ଥାତ୍ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଅଖ ସଂଯୁକ୍ତ ହେବ । ଏଣୁ ରଥ ଖଳାରେ ଚକ ପ୍ରସ୍ତୁତିକୁ ଯୋର ଦିଆଯାଉଛି । ପ୍ରଥମେ ଅନୁକୂଳ ହୋଇ ପହି ହଣାଗଲା । ପହିରେ ବିନ୍ଧ ପୂର୍ବରୁ ଅନୁକୂଳ କରାଯାଏ । ପୁଣି ସିଙ୍ଗଡ଼ାରେ ପହି ସଂଯୁକ୍ତ ସମୟରେ ଅନୁକୂଳ ହେଲା । ପରେ ବିଲେଇ ବାଡ଼ିଆ ଆରମ୍ଭ ହୋଇଥିଲା । ଚକ ପ୍ରସ୍ତୁତିର ବିଲେଇ ବାଡ଼ିଆ ଏକ ସ୍ୱତନ୍ତ୍ର କାର୍ଯ୍ୟ । ପ୍ରଥମେ ଚକରେ ଲାଗି ହୋଇଥିବା ପହିର ବାହାର ବିନ୍ଧରେ ଖୁସି ଅର ଲାଗିଥିଲା । ପହି ଓ ଅରକୁ କାମୁଡ଼ି ଧରେ ଖୁସି ଅର । ଗୋଟିଏ ଚକରେ ୪ଗୋଟି ପହି ଲାଗିଛି । ସେଥିରେ ଥିବା ୧୬ ବିନ୍ଧରେ ୧୬ ଗୋଟି ଅର ଭୁଞ୍ଜାଯାଇଛି । ବାହାର ପାଶ୍ୱର୍ରେ ୧୬ଗୋଟି ଖୁସି ଅର ଦିଆଯାଇଛି । ଜଣେ ଅଭିଜ୍ଞ ବିଶ୍ୱକର୍ମା ତୁମ୍ବ ଉପରେ ବସି ନିର୍ଦ୍ଦେଶ ଦେଉଥିଲେ । ହାତରେ ମାପ ବାଡ଼ି ଧରି ଚକର ଚତୁଃପାଶ୍ୱର୍କୁ କେଉଁଠି କେତେ ମାଡ଼ ପଡ଼ିବ ବୁଝାଉଥିଲେ । ୩୦ କିଲୋଗ୍ରାମ ଓଜନର ଏକ ଆୟତାକାର କାଠ ଖଣ୍ଡକୁ ଦୁଇ ଖଣ୍ଡ କତା ଦୌଡ଼ିରେ ବାନ୍ଧି ପହିକୁ ମାଡ଼ ଦିଆଯାଏ । ଦୁଇ ଜଣ ଲେଖାଏଁ ଭୋଇ ସେବକ ଦୁଇ ପାଶ୍ୱର୍ରେ ଧରି ଆୟତାକାର କାଠଟିକୁ ଦୂରରୁ ଝୁଲାଇ ପହି ଓ ଖୁସି ଅରକୁ ପିଟି ସାଇଜ୍ କରୁଛନ୍ତି । ଗୋଟିଏ ଚକ ପାଇଁ ୮ଜଣ ଭୋଇ ସେବକ ଓ ୪ ଜଣ ପ୍ରାୟ ବିଶ୍ୱକର୍ମା ଏହି କାମ କରନ୍ତି । ଚାରି ଜଣ ଭୋଇ ସେବକ ବିଲେଇ ବାଡ଼ିଆରେ ଓ ଅନ୍ୟ ୪ଜଣ ଚକକୁ ଘୁରାଇ ରଥ ଚକ ପ୍ରସ୍ତୁତ ହୋଇଥାଏ । ଏହାପରେ କଳସା(ପହି ବାନେ୍ଧଣୀ) କାମ । ୪ଗୋଟି ପହିର ସଂଯୋଗ ସ୍ଥଳକୁ ମାପ କରି ଦାଗ ଦିଆଯାଉଛି । ପହିର ଉଭୟ ଅଂଶକୁ ଆବଶ୍ୟକତା ଅନୁସାରେ କଟାଯାଇ ଖାପରେ ପକାଇ କଳସା କରାଯାଉଛି । ଏଥିସହ ଯନ୍ତାଗାଡ଼ରେ ପଡ଼ି ସିଙ୍ଗଡ଼ା ପ୍ରସ୍ତୁତି ଜାରି ରହିଛି । ଆଉ ୬ଟି ସିଙ୍ଗଡ଼ା ପ୍ରସ୍ତୁତିର ଟାର୍ଗେଟ ରହିଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ । ରଥ ଚାଳିରେ ରଥର ଗୁଜ, କୁଡ଼ୁକା, ଜଳଯନ୍ତ୍ର ଆଦି କାମ ଚାଲିଛି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଦୋଳବେଦି ଶାଳରେ ବ୍ୟସ୍ତ ରହିଛନ୍ତି କମାର ସେବକ। ବଳା ଓ ପନ୍ଦାରି କାର୍ଯ୍ୟ ଚାଲିଛି । ବିଶ୍ୱକର୍ମାଙ୍କ ଚାହିଦା ଅନୁସାରେ ଲୁହା ସାମଗ୍ରୀ ଯୋଗାଉଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!