Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା

by Anil Panda
June 10, 2020
in Breaking
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା
15
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା) : ଶ୍ରୀମନ୍ଦିର ସେବାୟତମାନେ ଖୁବ୍‍ଶୀଘ୍ର ଦ୍ୱିତୀୟ କିସ୍ତିର ସହାୟତା ପାଇବେ । କରୋନା ପରିପ୍ରେକ୍ଷୀରେ ସେବାୟତମାନଙ୍କୁ ସହାୟତା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ମଧ୍ୟ ଅନୁରୂପ ପରିମାଣ ସହାୟତା ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି । ସେବକମାନଙ୍କ ମଙ୍ଗଳ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ଡକ୍ଟର କୁମାର ଏହି ସୂଚନା ଦେବା ସହିତ କରୋନା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ସେବକଙ୍କ ପାଉଣା ଉପରେ ଏହାର ଗୁରୁତର ପ୍ରଭାବ ପଡୁଥିବା କହିଛନ୍ତି । ଏହା କିଭଳି ପୂରଣ କରାଯାଇ ପାରିବ ଆଜି ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି । ଯେଉଁ ସେବକମାନେ ସ୍ୱାସ୍ଥ୍ୟବୀମା ପରିସରଭୁକ୍ତ ହୋଇନାହାନ୍ତି ତୁରନ୍ତ ସେମାନଙ୍କ ନାମ ବୀମା ତାଲିକାରେ ଦରଜ ପାଇଁ ନିଷ୍ପତ୍ତି ହୋଇଛି । ଦଇତାପତି ନିଯୋଗ ସହିତ ଯେଉଁସବୁ ନିଯୋଗ ଗୁଡିକ ମନ୍ଦିର ଭିତରେ ସେବା କରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସେବକମାନଙ୍କୁ ପ୍ରାୟ ୫ହଜାର ମାସ୍କ ଯୋଗାଇ ଦିଆଯିବ । ବୟନିକା ସହାୟତାରେ ଅଥବା ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଭାବେ ଏହିମାସ୍କ ପ୍ରସ୍ତୁତ କରିବ । ଦୁଇଦିନ ଭିତରେ ଏହାର ଡିଜାଇନ୍‍ ଚୂଡାନ୍ତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଚାଲିଥିବାବେଳେ ସେମାନଙ୍କ ପରିବାର କିଭଳି ପାଉଣା ପାଇବେ ତାହା ଉପରେ ଆସନ୍ତା ରବିବାର ଦିନ ଆଲୋଚନା କରାଯିବ । ଏଥି ସହିତ ରଥଖଳାରେ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବାବେଳେ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଭାବେ ନିର୍ମାଣ ହେଉଥିବା ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ସୂଚନା ଦେଇଛନ୍ତି । ଏହି ଅବସରରେ ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ସେବାୟତ, ମନ୍ଦିର ପ୍ରାଶାସନର କର୍ମକର୍ତ୍ତା ଓ ପୁରୀବାସୀଙ୍କୁ ମୁଖ୍ୟ ପ୍ରଶାସନ ଧନ୍ୟବାଦନ ଦେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!