ପୁରୀ, (ବାଘୁଆବାର୍ତ୍ତା): ଶନିବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ବସିବ ବୈଠକ। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ନୀତି ନିର୍ଘଣ୍ଟ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମଧ୍ୟ ହୋଇପାରେ ଆଲୋଚନା। ବୈଠକରେ ଚାରି ବାଡଗ୍ରାହୀଙ୍କ ସମେତ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ମଧ୍ୟ ଭାଗ ନେବେ।






