Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର 

by Anil Panda
June 9, 2020
in Feature News
ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର 
28
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା) :  ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତମାନଙ୍କୁ କରୋନା ଠାରୁ ଦୂରେଇ ରଖିବାପାଇଁ ପୁରୀରେ ଆରମ୍ଭ ହୋଇଛି ହୋମିଓପାଥିକ ସ୍ୱାସ୍ଥ୍ୟ ଶିବିର । ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍‍ଘାନଟ କରିଛନ୍ତି । ଏଥିରେ କ୍ଷେତ୍ରୀୟ ହୋମିଓପାଥିକ ଅନୁସନ୍ଧାନ ସଂସ୍ଥାନ ପୁରୀଙ୍କ ସୌଜନ୍ୟରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବାବେଳେ ଡାକ୍ତର ଉମାକାନ୍ତ ପୃଷ୍ଟି, ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଡାକ୍ତର ପଞ୍ଚାନନ ପ୍ରଧାନଙ୍କ ଭଳି ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ରହି କୋଭିଡ-୧୯ ରୋଗର ପ୍ରତିକାର ପାଇଁ ଦଇତାପତି ସେବକମାନଙ୍କୁ ସଚେତନ କରାଇବା ସହ ଶକ୍ତିବର୍ଦ୍ଧକ ହୋମିଓପାଥି ଔଷଧ ଦେଇଛନ୍ତି । ୫୯ଜଣ ଦଇତାପତି ପରିବାକୁ ହୋମିଓପାଥିକ ଔଷଧ ବିତରଣ କରାଯାଇଛି । ଏଥି ସହିତ ରଥଖଳାରେ କାର୍ଯ୍ୟ କରୁଥିବା ଭୋଇ ସେବକ ଏବଂ ମହାରଣା ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୧୬୫ଜଣଙ୍କୁ ହୋମିଓପାଥିର ଶକ୍ତିବର୍ଦ୍ଧକ ଔଷଧ ଦିଆଯାଇଛି । ଆସନ୍ତା କାଲି ପ୍ରତିହାରୀ ନିଯୋଗ ଏବଂ ତାଙ୍କ ପରିବାରକୁ କରୋନା ସଂକ୍ରାନ୍ତରେ ସଚେତନ କରାଯିବା ସହିତ ହୋମିଓପାଥିକ ଔଷଧ ପ୍ରଦାନ କରାଯିବ ।ରଥଖଳାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ତିନିରଥରେ ନାହାକା ବାନେ୍ଧଣି ପାଇଁ ତଳ କଇଁଚି ରଥର ଦକ୍ଷିଣ ପାଶ୍ୱର୍ରେ ଫିଟିଙ୍ଗ କରାଯାଇଥିଲା । ବାମପାଶ୍ୱର୍ କଇଁଚି ଗତକାଲି ରଥକାମ ବନ୍ଦ ପୂର୍ବରୁ ଲଗାଯାଇଛି । ଆଜି ତିନି ରଥର ବଡଧରା ପୋଟଳ ଲଗାଯାଇଛି । ଏହାପରେ ତିନି ରଥର ମୂଳ ଭୂଇଁରେ କଇଁଚି ବାଡିଆ ସହ ଅଗ ଭୂଇଁରେ କଇଁଚି ବାଡିଆ କାମ ଚାଲିଛି । ଆଜି ତିନି ରଥର ୪ଟି ଲେଖାଁଏ କତରା ଆଗଆଣି-୨ଟି ଏବଂ ପଛଆଣି ୨ଟି ତିଆରି ଚାଲିଛି । ଚାରପରିଛା ଉପରେ କତରା ବାଡିଆ ହୋଇ ଏଥିରେ ରଥର ଘୋଡା ବନ୍ଧାଯିବ । ଆଜି ଉକ୍ତ ଚାରପରିଛା ରଥରେ ବାଡିଆ ହୋଇଛି । ରୂପକାର ସେବକମାନେ ଚାରପରିଛା ଏବଂ ନାଟଗୋଜରେ ରାହୁଚାପ ଏବଂ ଚାନ୍ଦିଲତା ଖୋଦେଇ କରୁଛନ୍ତି । ଖୋଦେଇ କାମ ସରିଥିବା ନାଟ ଗୋଜ ଗୁଡିକୁ ରଙ୍ଗ କରାଯିବା ପାଇଁ ଚିତ୍ରକର ସେବକମାନଙ୍କ ପାଖକୁ ପଠାଇଛନ୍ତି । ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ଠାରେ ପାଶ୍ୱର୍ ଦେବାଦେବୀ ଇତ୍ୟାଦିଙ୍କର ରଙ୍ଗକାର୍ଯ୍ୟ ଚିତ୍ରକର ସେବକମାନେ କରୁଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!