Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କ ସମେତ ୪ ଲୁଟେରା ଗିରଫ

by ସଞ୍ଜୟ ସ୍ୱାଇଁ
February 15, 2025
in Crime, State
ମହିଳାଙ୍କ ସମେତ ୪ ଲୁଟେରା ଗିରଫ
118
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଜଣେ ମହିଳାଙ୍କ ସମେତ ୪ ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ପେଣ୍ଠକଟା ସାମୁଦ୍ରିକ ଥାନା ଅଧୀନ ବାଲିଘାଟ ବ୍ରାହ୍ମଣୀପୋଖରୀ ନିବାସୀ କୃଷ୍ଣଚନ୍ଦ୍ର ଦାସଙ୍କ ଝିଅ କାଜଲ ଦାସ ଓରଫ ବ (୨୮)ବି, ତାଳବଣିଆ ଥାନା ବାଲିଘାଟର ଲକ୍ଷ୍ମୀଧର ସ୍ବାଇଁଙ୍କ ପୁଅ ଶ୍ରୀକାନ୍ତ ସ୍ବାଇଁ ଓରଫ ପଞ୍ଚୁ (୩୩), ନିମାପଡ଼ା ଥାନା ଚୁଗାଡ଼ିଆକଣ୍ଟାର ଦୈତାରୀ ମଲ୍ଲିକଙ୍କ ପୁଅ ଆଶିଷ ମଲ୍ଲିକ (୧୯) ଓ ବଳଙ୍ଗା ଥାନା ଅଧୀନ ସମ୍ଭୁଭାରତୀପାଟଣା ଗାଁର ପବିତ୍ର ମୋହନ ଦାସଙ୍କ ପୁଅ ଚିରଞ୍ଜିବି ଦାସଙ୍କ ପୁଅ ଚିଣ୍ଟୁ (୨୮)। ବିଗତ ୧୫ ଦିନ ମଧ୍ୟରେ ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ଲୁଟ୍ ଘଟଣା ନେଇ ଅଭିଯୋଗ ହୋଇଥିଲା। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଓ ତାଳବଣିଆ ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ନେଇ ପୁରୀ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, ବିଗତ ୧୫ ଦିନ ମଧ୍ୟରେ ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ଲୁଟ୍ ଘଟଣା ନେଇ ଅଭିଯୋଗ ହୋଇଥିଲା। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଓ ତାଳବଣିଆ ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୁଲିସ କହିଛି ଅଭିଯୁକ୍ତମାନଙ୍କ ଠାରୁ ୭ଟି ସୁନାଚେନ୍, ୩୦ଟି ମୁଦି, ଗୋଟିଏ ଡିଜିଟାଲ କ୍ୟାମେରା, ୩ଟି ସ୍ମାର୍ଟ ମୋବାଇଲ୍ ଫୋନ୍, ଗୋଟିଏ ପ୍ରିଣ୍ଟର, ଗୋଟିଏ ମନିଟର, ୨ଟି ସ୍କୃ ଡ୍ରାଇଭର ଓ ୨ଟି ସ୍କୃ ବାର୍ ଜବତ ହୋଇଛି। ଅଭିଯୁକ୍ତ ବବି ଓ ପଞ୍ଚୁଙ୍କ ନାମରେ ତାଳବଣିଆ, ପେଣ୍ଠକଟା ସାମୁଦ୍ରିକ ଥାନା ଓ ନିମାପଡ଼ା ଥାନାରେ ୧୪ଟି ମାମଲ ରୁଜୁ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!