ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣାରେ କୋଭିଡ୍-୧୯ ଟିକା କୋଭାସିଲିଡ୍ ଦେବା ପାଇଁ ଦାବି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, ବିଭିନ୍ନ ଅ ଳରୁ ବହୁ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀମାନେ ଆସୁଛନ୍ତି । କାହାର କୋଭିଡ୍-୧୯ ରିପୋର୍ଟ ଅଛି ତ କାହାର ନାହିଁ, ତେଣୁ ବିନା କୋଭିଡ୍-୧୯ ରିପୋର୍ଟ ଦୈନଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ କରିବା ଯୋଗୁଁ ସଂକ୍ରମଣର ଆଶଙ୍କା ରହିଛି । ତେଣୁ କରି ସେବାୟତ ଓ ତାଙ୍କର ପରିବାର ମାନଙ୍କୁ ମାଗଣା କୋଭିଡ-୧୯ ଟିକା ଦେବା ସହିତ ମନ୍ଦିର ପ୍ରଶାସନ ସହିତ ଜଡିତ ଥିବା ୫ଶହ କର୍ମଚାରୀଙ୍କୁ ମଧ୍ୟ ଏହି ଟିକା ବିନାମୂଲ୍ୟରେ ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଶ୍ରୀମନ୍ଦୀର ପ୍ରଶାସନ ଚିଠି ଲେଖି ଅନୁରୋଧ କରିଛନ୍ତି ।





