Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତାକାଲି ବାହୁଡ଼ା, ବିନା ଭକ୍ତରେ ଟଣାଯିବ ରଥ

by Anil Panda
June 30, 2020
in Feature News, Lifestyle
ଆସନ୍ତାକାଲି ବାହୁଡ଼ା, ବିନା ଭକ୍ତରେ ଟଣାଯିବ ରଥ
30
VIEWS
Share on FacebookShare on Twitter

ପୁରୀ (ବାଘୁଆବାର୍ତ୍ତା): ଆସନ୍ତାକାଲି ବାହୁଡ଼ା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ । ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି । ସବୁ ଲାଇନ ବିଭାଗ ପ୍ରସ୍ତୁତ ଅଛି । ଖରାର ପ୍ରକୋପରୁ ବଡଦାଣ୍ଡ ଥଣ୍ଡା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ । ବଡଦାଣ୍ଡରେ ପାଣି ସିଞ୍ଚନ ହେବ । ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ପାନୀୟଜଳ ଯୋଗାଇବ । ସବୁ ସେବାୟତଙ୍କ କୋଭିଡ ଟେଷ୍ଟ ଶେଷ ହୋଇଛି । ସବୁ ସେବାୟତଙ୍କ ନେଗେଟିଭ ଅଛନ୍ତି । ପାନୀୟ ଜଳ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରେ ଭଜନର ନିଷ୍ପତି ହୋଇଛି । ବଡଦାଣ୍ଡରେ ସବୁଠି ଭଜନ ବାଜିବ । ଶ୍ରୀଗୁଣ୍ଡିଚା ମନ୍ଦିର, ରଥ ଓ ଶ୍ରୀମନ୍ଦିରରେ ଫୁଲ ସଜା ହେବ । ଏପର୍ଯ୍ୟନ୍ତ ନୀତି ସୁରୁଖୁରୁରେ ଚାଲିଛି । ଏ ଗୁରୁଦାୟିତ୍ୱ ଭଲ ଭାବରେ ତୁଲାଇଛନ୍ତି ସେବାୟତ । ବାହୁଡା଼କୁ ଶୃଙ୍ଖଳିତ କରାଯିବ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।ସେପଟେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂଧ୍ୟା ଦର୍ଶନ ନୀତି ଶେଷ ହୋଇଛି । କରୋନା କଟକଣା ଯୋଗୁ ଭକ୍ତଙ୍କୁ ଦର୍ଶନ ମିଳିନାହିଁ । ନୀତିକାନ୍ତି କିନ୍ତୁ ସୁଚାରୁ ରୂପେ ସମ୍ପନ୍ନ ହୋଇଛି । ସେବାୟତ ଓ ପୋଲିସ ବ୍ୟବତୀତ ବଡ଼ଦାଣ୍ଡକୁ ଆଉ କେହି ଆସିବେ ନାହିଁ । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯାଇଛି । ସହରରେ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ୭୦ ପ୍ଲାଟୁନ୍ ଫୋର୍ସ ସହିତ ୪ଶହରୁ ଅଧିକ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ସେବାୟତମାନେ ଶ୍ରୀଜୀଉଙ୍କ ରଥ ଟାଣିବେ । କେବଳ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତମାନଙ୍କୁ ନିୟୋଜିତ କରିବାକୁ ସ୍ଥିର ହୋଇଛି । ପୁରୀ ସହରବାସୀ ଘରେ ରହି ଟିଭିରେ ବାହୁଡ଼ା ଯାତ୍ରା ଦର୍ଶନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!