Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋମବାରରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଜଗା ଦର୍ଶନ କରିବେ ସହରବାସୀ

by ସଞ୍ଜୟ ସ୍ୱାଇଁ
August 14, 2021
in State, Toursimi
୨୩ ତାରିଖରୁ ସାଧାରଣ ଦର୍ଶନ କିନ୍ତୁ ଶ୍ରୀମନ୍ଦିର ପରିସରରେ  ମହାପ୍ରସାଦ ସେବନ ମନା
56
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ସୋମବାରରୁ ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ । ଅଗଷ୍ଟ ୨୦ ତାରିଖ ପର୍ୟ୍ୟନ୍ତ ଏହି ବର୍ଗର ଭକ୍ତଙ୍କ ଦର୍ଶନ ଚାଲିବ । ପାଖାପାଖି ୪୫ ହଜାର ପରିବାରଙ୍କ ଦର୍ଶନ ପାଇଁ ପୌରସଂସ୍ଥା ଘର ଘର ବୁଲି ସ୍ୱଚ୍ଛସାଥୀଙ୍କ ଜରିଆରେ ଟୋକନ ବାଣ୍ଟିଛି । ଦର୍ଶନ ସୂଚୀ ମୁତାବକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଦର୍ଶନ କରିବେ ସହରବାସୀ । ଦେଉଳ ଭିତରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରତିହାରୀ ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଛି । କୋଭିଡ୍‌ କଟକଣା ପାଳନକୁ ନଜର ରଖିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସହରବାସୀଙ୍କ ବାସିନ୍ଦା ପ୍ରମାଣପତ୍ରକୁ ସିଂହଦ୍ୱାର ସାମ୍ନାରେ ଖୋଲିଥିବା ଅସ୍ଥାୟୀ କିଓସ୍କରେ ଯାଞ୍ଚ ବ୍ୟବସ୍ଥା ହୋଇଛି । ସେହିଭଳି ହାତ ଧୋଇ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବେଳେ ସମାଜିକ ଦୂରତା ରକ୍ଷାକୁ ଦେଉଳ ଭିତରେ ନିୟୋଜିତ ସୁରକ୍ଷା କର୍ମଚାରୀ ତଦାରଖ କରିବେ । ଆବଶ୍ୟକ ହେଲେ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବାକୁ ଯୋଜନା ରହିଛି । ସହରବାସୀଙ୍କ ଦର୍ଶନ ୨୦ ତାରିଖରେ ଶେଷ ହେବ । ଅଗଷ୍ଟ ୨୧, ୨୨ ଦୁଇ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ବିଶୋଧନ କରାଯିବ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସର୍ବସାଧାରଣ ଦର୍ଶନ ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ । କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ କରିବେ ସାଧାରଣ ଭକ୍ତ । ରାଜ୍ୟ ତଥା ରାଜ୍ୟ ବାହାରୁ ଏବେ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ମଧ୍ୟ ଶୁକ୍ରବାର ଦିନ ପ୍ରସ୍ତୁତି ଆରମ୍ଭ କରିଛି । ପୁରୀ ସମୁଦ୍ରରେ ସ୍ନାନ ଏବଂ ବେଳାଭୂମିରେ ପର୍ୟ୍ୟଟକଙ୍କ କୋଭିଡ୍‌ କଟକଣା ଅନୁପାଳନକୁ ପୁଲିସ ଗୁରୁତ୍ୱ ଦେଉଛି । ପୁଲିସ ତାଲିକାରେ ପୁରୀ ସମୁଦ୍ରକୂଳକୁ କୋଭିଡ୍‌ ସଂକ୍ରମଣର ହଟସ୍ପଟ୍‌ ରୂପେ ଚିହ୍ନଟ କରାଯାଇଛି । ସେହିଭଳି ସମୁଦ୍ର ସ୍ନାନ ବେଳେ ବିପଦରେ ପଡିଥିବା ଟୁରିଷ୍ଟଙ୍କୁ କିଭଳି ସୁରକ୍ଷା ଦିଆଯିବ, ଉଦ୍ଧାର କାର୍ୟ୍ୟ, ସମୁଦ୍ର ସ୍ନାନ ଉପରେ ନିରନ୍ତର ନଜର ରଖିବା ଆଦି ପ୍ରସଙ୍ଗରେ ଶୁକ୍ରବାର ପୁରୀ ପୁଲିସ ପକ୍ଷରୁ ବେଳାଭୂମିରେ ଏକ ମକ୍‌ ଡ୍ରିଲ କରାଯାଇଥିଲା । ସେହିଭଳି ଶ୍ରୀମନ୍ଦିର ଭିତରେ, ସିଂହଦ୍ୱାର ସାମ୍ନା,ଶ୍ରୀମନ୍ଦିର ଚୌହଦିରେ ଦର୍ଶନାର୍ଥୀଙ୍କୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍‌ ମୁତୟନ କରିବାକୁ ଯୋଜନା ରହିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!