ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଘଟଣ । ପ୍ରେମ ପାଇଁ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଯାରି ରହିଛି । ସୁଚନାନୁସାରେ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡା ଗାଁର ଲିଟୁଆ ଦାସ ଆଜି ନିଜ ଶରୀରରେ ପେଟ୍ରୋଲ ଢାଳି ନିଜ ଶରୀରରେ ନିଆଁ ଲଗାଇ ଦେଇଥିବା ସୁଚନା ମିଳିଛି । ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡା ତଳସାହିର ଜଣେ ଯୁବତୀକୁ ଭଲ ପାଉଥିଲେ । କଟକ ମଙ୍ଗଳାବାଗରେ ସେମାନଙ୍କର ପ୍ରଥମ ଦେଖା ହୋଇଥିଲା । ସେ ଝିଅକୁ ୪ ବର୍ଷ ହେଲା ଭଲ ପାଉଥିବା ପ୍ରକାଶ କରିଛନ୍ତି । ଆଜି ସେ ଯୁବକ ଜଣକ ଲାଠିପଡା ତଳ ସାହି ଝିଅ ହର ଘରେ ପହଞ୍ଚିଥିଲେ । ଝିଅର ବଡ଼ ଭଉଣୀ ଓ ସାନ ଭଉଣୀ ଉକ୍ତ ଯୁବକକୁ ମରି ଜା ବୋଲି କହିଥିଲେ ବୋଲି ଯୁବକ ଜଣକ ପ୍ରକାଶ କରିଛନ୍ତି । ଏହି କଥା ଶୁଣି ଯୁବକ ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଆମ୍ବୁଲାନ୍ସକୁ ଖବର ଦେଇ ଯୁବକକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ଯୁବକ ଜଣକର ଶରୀରର ୮୦ ଭାଗ ପୋଡି ଯାଇଥିବା ଦେଖିବାକୁ ମିଳିଛି । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଟଚକଟ ଘଟିଛି ।





