Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗହଳି ଅଭିଯୋଗରେ ପୂଜା ମଣ୍ଡପରୁ ପୂଜକଙ୍କୁ ଉଠାଇନେଲା ପୁଲିସ

by ସଞ୍ଜୟ ସ୍ୱାଇଁ
October 14, 2021
in State
ଗହଳି ଅଭିଯୋଗରେ ପୂଜା ମଣ୍ଡପରୁ ପୂଜକଙ୍କୁ ଉଠାଇନେଲା ପୁଲିସ
136
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ପବିତ୍ର ଦୁର୍ଗାଷ୍ଟମୀରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଗହଳି ଅଭିଯୋଗରେ ପୁଲିସର ଜୁଲମ ସର୍ବସାଧାରଣ ତଥା ଶ୍ରଦ୍ଧାଳୁଙ୍କୁ ରୁଷ୍ଟ କରିଛି । ପୂଜା ସମୟରେ ଅତ୍ୟଧିକ ଭିଡ଼ ଅଭିଯୋଗ ଆଣି ପୁଲିସ ପୂଜା ମଣ୍ଡପରେ ତାଲା ପକାଇ ଦେଇଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ସହର ମଢ଼ିଆଳ ବଜାରରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକ ପ୍ରତିବାଦ ଜଣାଇବାକୁ ଯାଇ ରାସ୍ତାରୋକ କରିଥିଲେ । ଜନାକ୍ରୋଶ ବଢ଼ୁଥିବା ଦେଖି ଅନ୍ୟ କିଛି ଉପାୟ ନପାଇ ଟାଉନ୍‌ ଥାନା ପୁଲିସ ଶେଷରେ ତାଲା ଖୋଲିବା ସହ ପୂଜା ମଣ୍ଡପରୁ ଉଠାଇ ନେଇଥିବା ପୂଜକଙ୍କୁ ଛାଡ଼ି ଦେଇଥିଲା । ପୂଜାମଣ୍ଡପ ପାଖରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବା ଓ ଲୋକଙ୍କୁ ସଚେତନ କରିବା ବଦଳରେ ପୁଲିସର ଦମନଲୀଳା ଶ୍ରଦ୍ଧାଳୁଙ୍କ ମନରେ ଧର୍ମୀୟ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ପୁଲିସ କାର୍ୟ୍ୟକଳାପକୁ ସମାଲୋଚନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସହର ମଢ଼ିଆଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ହେଉଥିଲା । ଆଜି ଦୁର୍ଗାଷ୍ଟମୀ ଥିବା ବେଳେ ବ୍ରତଧାରୀମାନେ ମଣ୍ଡପ ପାଖରେ ମା’ଙ୍କ ପାଖରେ ପ୍ରସାଦ ଲଗାଇବାକୁ ଆସିଥିଲେ । ମଣ୍ଡପ ବାହାରେ ବ୍ରତଧାରୀ ମହିଳା, ପୁରୁଷ ଶ୍ରଦ୍ଧାଳୁମାନେ ଧାଡ଼ିରେ ରହିଥିଲେ । ତେବେ ମଣ୍ଡପ ବାହାରେ ଗହଳି ଦେଖି ପୁଲିସ ଭିଡିଓ ଉତ୍ତୋଳନ କରି ନେବା ପରେ ଭ୍ୟାନ୍‌ ପଠାଇ ପୂଜକଙ୍କୁ ଉଠାଇ ନେଇଥିଲା । ପରେ ପୁଲିସ କର୍ମଚାରୀ ମଣ୍ଡପରେ ତାଲା ପକାଇ ଦେଇଥିଲେ । ଯାହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଓ ଶ୍ରଦ୍ଧାଳୁ ତିନିମୁହାଣି-ଅଙ୍ଗୁଳାଇ ରାସ୍ତାର ମଢ଼ିଆଳ ନିକଟରେ ରାସ୍ତାରୋକ କରି ପ୍ରତିବାଦ କରିଥିଲେ । ଫଳରେ କିଛି ଘଣ୍ଟା ଲାଗି ଯାତାୟାତ ବାଧାପ୍ରାପ୍ତ ହେବା ଓ ଜନାକ୍ରୋଣ ବଢ଼ିବାରୁ ପୁଲିସ ବାଧ୍ୟ ହୋଇ ନରମି ଥିଲା ଓ ପୂଜକଙ୍କୁ ଛାଡ଼ିଦେଇଥିଲା । ଭବିଷ୍ୟତରେ ପୁନର୍ବାର ଗହଳି ହେଲେ ପୂଜକ ଦାୟୀ ରହିବେ ବୋଲି ଲେଖି ଆସିବା ପରୋ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା । ପରେ ପୂଜା କମିଟି ସଦସ୍ୟଙ୍କ ହାତରେ ମଣ୍ଡପ ଚାବି ଦେଇ ପଠାଇଥିଲା । ପୂଜାକମିଟି ସମ୍ପାଦକ ମନ୍ମଥ ସିଂହଙ୍କ ଅଭିଯୋଗ ଯେ ପୂଜାକମିଟି ତରଫରୁ ସ୍ୱେଚ୍ଛାସେବୀଙ୍କ ଜରିଆରେ ଭିଡ଼କୁ ନିୟନ୍ତ୍ରଣ ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ ହୋଇଥିଲା । ତେବେ ସେଠାରେ ପୁଲିସ ତରଫରୁ କୌଣସି କର୍ମଚାରୀ ମୁତୟନ କରାଯାଇନଥିଲା । କେବଳ ମଢ଼ିଆଳ ବଜାର ନୁହେଁ, ସହରର ଅନ୍ୟ ଯେଉଁ ସ୍ଥାନରେ ମା’ଙ୍କର ପୂଜାର୍ଚ୍ଚନା ହେଉଥିଲା ସୁରକ୍ଷା ଦୃଷ୍ଟିରୁ ସେଠାରେ ପୁଲିସ କର୍ମଚାରୀ ଉପସ୍ଥିତ ରହିବା କଥା । ଆଉ ଶ୍ରଦ୍ଧାଳୁମାନଙ୍କ ମନରେ ଧର୍ମୀୟ ଭାବନାକୁ ଆଘାତ ଦେଇ ପୂଜା ମଣ୍ଡପରେ ପୁଲିସ ଦମନଲୀଳା ଚଳାଇଥିଲା । ଆମକୁ ଏନେଇ ପୂର୍ବରୁ ସୂଚିତ କରାଯାଇନଥିଲା । ମା’ଙ୍କ ପୂଜା କାର୍ୟ୍ୟରେ ପୁଲିସ ବିଘ୍ନ ସୃଷ୍ଟି କରି ମଣ୍ଡପରେ ତାଲା ପକାଇ ଦେଇଥିଲା ଓ ପୂଜକଙ୍କୁ ଉଠାଇନେଇଥିଲା ବୋଲି ସମ୍ପାଦକ ଶ୍ରୀ ସିଂହ କହିଛନ୍ତି । କେନ୍ଦ୍ରାପଡ଼ା ଟାଉନ୍‌ ପୁଲିସ କହିବା କଥା ମଣ୍ଡପରେ ଭିଡ଼ ନିୟନ୍ତ୍ରଣ କରିବା ଦାୟିତ୍ୱ ପୂଜା କମିଟିର । ସେମାନେ ଲୋକଙ୍କୁ ବାରଣ ନ କରି ଗହଳିକୁ ଅଧିକ ପ୍ରୋତ୍ସାହିତ କରିଚାଲିଥିଲେ । କୋଭିଡ୍‌ କଟକଣା ଖିଲାପ ହେବାରୁ ବାଧ୍ୟ ହୋଇ ଆମକୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଲା । ଯାହା ପଦକ୍ଷେପ ଗ୍ରହଣ କରାଯାଇଛି ଆଇନତଃ କରାଯାଇଛି ବୋଲି ପୁଲିସ କହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!