ମୁମ୍ବାଇ (ବାଘୁଆବାର୍ତ୍ତା): ୨୦୧୩ରେ ବିଦ୍ୟୁତ ଜାମୱାଲ ଷ୍ଟାରର ‘କମାଣ୍ଡୋ’ ଜରିଆରେ ବଲିଉଡରେ ପାଦ ଦେଇଥିଲେ ଅଭିନେତ୍ରୀ ପୂଜା ଚୋପ୍ରା । ନିଜ ଫିଲ୍ମ ଚୟନ ଶୈଳୀ ଓ ପ୍ରଦର୍ଶନ ଜରିଆରେ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସେ ନିଜ ପାଦ ଜମାଉଛନ୍ତି । ଏକ ଲୋକପ୍ରିୟ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ପୂଜା ବଲିଉଡ ଫିଲ୍ମର ବିଷୟବସ୍ତୁରେ ହୋଇଥିବା ପରିବର୍ତ୍ତନ ବିଷୟରେ କଥା ହୋଇଛନ୍ତି । ସେ କହିଛନ୍ତି, ପ୍ରଥମେ ଟିଭି ଓ ଫିଲ୍ମ ମନୋରଞ୍ଜନ ଏକମାତ୍ର ମାଧ୍ୟମ ଥିଲା । ଏବେ ଓଟିଟି ମଧ୍ୟ ସାମିଲ ହୋଇଛଇ । ଏହି ପ୍ଲାଟଫର୍ମରେ ଯେଉଁଭଳି ବିଷୟ ବସ୍ତୁକୁ ସ୍ଥାନ ଦିଆଯାଉଛି, ତାହା ଚମତ୍କାର । ଅନ୍ତର୍ଜାତୀୟ ସ୍ତରର ବିଷୟବସ୍ତୁକୁ ଆମେ ଅନୁମତି ଦେଇଛୁ । ଏବେ ଆମ ଫିଲ୍ମ ଉଦ୍ୟୋଗ ସୀମାଠାରୁ ଉଦ୍ଧ୍ୱର୍ରେ ଯାଇ ଭିନ୍ନ ଓ ନୂଆ ସ୍ୱାଦ ଦର୍ଶକଙ୍କୁ ଦେଉଛି । ସବୁଠୁ ଖାସ କଥା ହେଉଛି, ଦର୍ଶକ ଅଧିକ ପ୍ରତିଭାସମ୍ପନ୍ନ ହୋଇଛନ୍ତି । ସେମାନେ ଏବେ ଭଲ କାହାଣୀ ଖୋଜୁଛନ୍ତି । ତେଣୁ ଜଣେ କଳାକାର ଭାବେ ପୂଜା ମଧ୍ୟ ଭଲ କାହାଣୀର ଅଂଶ ହେବାକୁ ଚାହୁଁଛନ୍ତି । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଥିବାରୁ କଳା ପ୍ରଦର୍ଶନ ପାଇଁ କଳାକାରଙ୍କୁ ଭଲ ସୁଯୋଗ ମିଳିଛି ବୋଲି ତାଙ୍କ ମତ । ସିନେ କ୍ୟାରିଅରରେ ପୂଜା କମେଡି, ଡ୍ରାମା, ଥ୍ରଲର ଧର୍ମୀ ଫିଲ୍ମରେ କାମ କରିସାରିଛନ୍ତି । କେବଳ ଆକ୍ସନ ଫିଲ୍ମ କେବେ ଚେଷ୍ଟା କରିନାହାନ୍ତି । ଯଦିଓ ‘କମାଣ୍ଡୋ’ ଆକ୍ସନ ଫିଲ୍ମ ଥିଲା, ପୂଜା କିନ୍ତୁ ସେଥିରେ କୌଣସି ଆକ୍ସନ କରିନଥିଲେ । ଫିଟନେସକୁ ଆଗ୍ରାଧିକାର ଦେଉଥିବାରୁ ଆକ୍ସନ ଫିଲ୍ମ କରିବାକୁ ନିଶ୍ଚିତ ଭାବେ ଭଲପାଇବେ ବୋଲି ସେ କହିଛନ୍ତି । ସେତିକି ନୁହେଁ, ଖୁବଶୀଘ୍ର ଏକ ଆକ୍ସନ ଫିଲ୍ମରେ ଦର୍ଶକ ତାଙ୍କୁ ଦେଖିବେ ବୋଲି ଆଶା ମଧ୍ୟ ବାନ୍ଧିଛନ୍ତି ।





