Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ୟୁଜି ଓ ପିଜି ପରୀକ୍ଷା ଫଳ ପ୍ରକାଶିତ

by ସଞ୍ଜୟ ସ୍ୱାଇଁ
May 29, 2025
in Education, Nayagarh, State
ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ୟୁଜି ଓ ପିଜି ପରୀକ୍ଷା ଫଳ ପ୍ରକାଶିତ
362
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜି ଓ ପିଜି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ନୟାଗଡ଼ ସ୍ୱୟଂ ଶାସିତ ମହବିଦ୍ୟାଳୟ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଏବଂ ପରୀକ୍ଷା ନିୟନ୍ତ୍ରକ ଡ. ଜାନକୀ ନାଥ ଦାଶଙ୍କ ଉପସ୍ଥିତ ରହି ପରୀକ୍ଷା ଫଳ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତ୍ତି ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ୟୁଜିରେ ୮୦ ପ୍ରତିଶତ ଓ ପିଜିରେ ୯୮ ପ୍ରତିଶତ ରେଜଲ୍ଟ ହୋଇଥିବା ସୂଚନା ମିଳିଛି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମୋଟ ୭୨୩ ଛାତ୍ରଛାତ୍ରୀ ୟୁଜି ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୨୭ ଜଣ ଡିଷ୍ଟିନେସନ୍ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୭୪ ଜଣ ପ୍ରଥମ ଶ୍ରେଣୀ ଓ ୬ ଜଣ ଡିଷ୍ଟିନେସନ୍ ସହ ଦ୍ୱିତୀୟ ଶ୍ରେଣୀ, ୭୫ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୪୧ ଜଣ ଫେଲ ହୋଇଛନ୍ତି । ଚଳିତ ବର୍ଷ କଳାରେ ୨୩୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୭ ଜଣ ପାସ ଓ ୩୧ ଜଣ ଫେଲ ହୋଇଛନ୍ତି । ୮୭ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୦ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ୨ ଜଣ ଡିଷ୍ଟିନେସନ୍ ସହ ଦ୍ୱିତୀୟ ଶ୍ରେଣୀ, ୫୨ ଜଣ କେବଳ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୩୩ ଜଣ ଡିଷ୍ଟିନେସନ୍ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ୬୦ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୧୬୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୨ ଜଣ ପାସ ଓ ୬୭ ଜଣ ଫେଲ ହୋଇଛନ୍ତି । ୪୦ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୪ ଜଣ ଡିଷ୍ଟିନେସନ୍ ସହ ଦ୍ୱିତୀୟ ଶ୍ରେଣୀ, ୧୯ ଜଣ ପ୍ରଥମ ଶ୍ରେଣୀ, ୩୯ ଜଣ ଡିଷ୍ଟିନେସନ୍ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଭାବେ ବିଜ୍ଞାନରେ ୮୬ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୭୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୩ ଜଣ ଫେଲ ହୋଇଛନ୍ତି । ୧୫୫ ଜଣ ଡିଷ୍ଟିନେସନ୍ ସହ ପ୍ରଥମ, ୧୦୩ ଜଣ ପ୍ରଥମ ଶ୍ରେଣୀରେ, ୧୫ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ ହୋଇଛନ୍ତି । ସେହିଭଳି ଭାବେ ପିଜି ପରୀକ୍ଷାରେ ୯୮ ପ୍ରତିଶତ ରେଜଲ୍ଟ ହୋଇଛି । ଏସଏସଡବ୍ଲ୍ୟୁ ବିଭାଗରେ ୧୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ଓଡ଼ିଆରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି, ଜଣେ ଫେଲ ହୋଇଛନ୍ତି । ଏମକମରେ ୧୪ ଜଣ ପ୍ରରୀକ୍ଷାର୍ଥୀ ରହିଥିବା ୯ ଜଣ ପ୍ରଥମ ଶ୍ରେଣୀରେ, ୫ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ଚଳିତ ବର୍ଷ ୟୁଜି ତଥା +୩ ପରୀକ୍ଷାରେ ଛାତ୍ର ବାଜି ମାରିଥିବା ଦେଖାଯାଇଛି । ବିଜ୍ଞାନ ଛାତ୍ର ବିଶ୍ୱଜିତ ମିଶ୍ର ବିଜ୍ଞାନ ବିଭାଗରେ ମୋଟ ୨୫୦୯ ନମ୍ବର ତଥା ୯.୭୧ ସିଜିପିଏ ରଖି ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି । କଳାରେ ଶିକ୍ଷା ବିଭାଗ ଛାତ୍ର ସର୍ବେଶ୍ୱର ନାୟକ ୨୩୩୯ ନମ୍ବର ରଖି ଟପ୍ପର ହୋଇଛନ୍ତି । ବାଣିଜ୍ୟରେ ସୁମନ ମହାନ୍ତି ସର୍ବୋଚ୍ଚ ୨୨୫୨ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିଭଳି ଭାବେ ଉଭିଦ୍ଦ ବିଜ୍ଞାନରେ ସ୍ୱପ୍ନାରାଣୀ ମଣ୍ଡଳ ୨୩୯୧, ରସାୟନ ବିଜ୍ଞାନରେ ଶୁଭସ୍ମିତା ପରିଡ଼ା ୨୨୮୦, ଅର୍ଥନୀତିରେ ସରିତା ମହାନ୍ତି ୨୧୪୨, ଇଲୋକ୍ଟ୍ରୋନିକ୍ସରେ ସ୍ମୃତିରଞ୍ଜନ ସାହୁ ୨୨୨୯, ଇଂରାଜୀରେ ଆଲୋକ କୁମାର ସାହୁ ୨୦୨୬, ଇତିହାସରେ ପୂଜାରାଣୀ ମିଶ୍ର ୨୧୨୯, ଆଟିଏମରେ ଶ୍ରୀକାନ୍ତ କୁମାର ସାହୁ ୨୧୮୩, ଗଣିତରେ ଟୁକୁନା ସେନାପତି ୨୧୭୦, ଓଡ଼ିଆରେ ମଧୁସ୍ମିତା ବିଶ୍ୱାଳ ୨୧୪୬, ଦର୍ଶନରେ ସଞ୍ଜୟ ସ୍ୱାଇଁ ୧୯୪୨, ପଦାର୍ଥ ବିଜ୍ଞାନରେ ଆଲୋକ ନାୟକ ୨୩୮୫, ରାଜନୀତି ବିଜ୍ଞାନରେ ଇତିଶ୍ରୀ ସାହୁ ୨୨୬୨, ମନସ୍ତତ୍ୱ ବିଜ୍ଞାନରେ ଅଙ୍କିତା ଭଗତ ୨୩୩୧, ସଂସ୍କୃତ ଅସୀମା ପଣ୍ଡା ୨୨୬୭, ସମାଜ ବିଜ୍ଞାନରେ ନିର୍ଲିପ୍ତା ନିଶ୍ଚିନ୍ତା ନାୟକ ୨୨୫୯, ପ୍ରାଣୀ ବିଜ୍ଞାନରେ ପ୍ରଣତୀ ସାହୁ ୨୩୬୪ ମାର୍କ ରଖି ଟପ୍ପର ହୋଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!