Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେଲେ ପି.ଟି.ଉଷା

by ସଞ୍ଜୟ ସ୍ୱାଇଁ
December 10, 2022
in NATIONAL NEWS, Sports
ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେଲେ ପି.ଟି.ଉଷା
87
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦିଗ୍ଗଜ ଧାବିକା ପି.ଟି.ଉଷାଙ୍କୁ ଶନିବାର ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଅଧ୍ୟକ୍ଷ ଚୟନ କରିଛନ୍ତି। ଏହି ପଦବୀରେ ପି.ଟି. ଉଷା ଦେଶର ପ୍ରଥମ ମହିଳା। ଏହା ସହ ଭାରତୀୟ ଖେଳ ପ୍ରଶାସନରେ ନୂଆ ଯୁଗର ଶୁଭାରମ୍ଭ ହୋଇଛି। ଏସିଆଡ କ୍ରିଡାରେ ଅନେକ ପଦକର ବିଜୟିନୀ ତଥା ୧୯୮୪ ଲସଏଞ୍ଜେଲସ୍ ଅଲିମ୍ପିକରେ ୪୦୦ ମିଟର ବାଧା ଦୌଡରେ ଚତୁର୍ଥ ସ୍ଥାନରେ ଥିବା ୫୮ ବର୍ଷ ବୟଷ୍କା ଉଷାଙ୍କୁ ଶୀର୍ଷ ପଦବୀ ଲାଗି ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଛି। ଉଷା ଆଇଓଏଙ୍କ ଅଧ୍ୟକ୍ଷ ମନୋନୀତ ହେବା ପରେ ସଂଘରେ ଗୋଷ୍ଠୀ ରାଜନୀତି କାରଣରୁ ଉପୁଜିଥିବା ସଂକଟର ମଧ୍ୟ ସମାଧାନ ହୋଇ ଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଚଳିତମାସରେ ଅଧ୍ୟକ୍ଷ ନିର୍ବାଚନ କରା ନଗଲେ ଆଇଓଏଙ୍କୁ ନିଲମ୍ବିତ କରିବାକୁ ଚେତାବନୀ ଦେଇଥିଲେ। ଏହି ଶୀର୍ଷ ପଦରେ ଉଷାଙ୍କ ଚୟନ ଗତମାସରେ ନିର୍ଦ୍ଧାରିତ ହୋଇଯାଇଥିଲା। କାରଣ ଏହି ପଦବୀ ଲାଗି ଆବେଦନ କରିବାରେ ସେ ଏକମାତ୍ର ଆବେଦନକାରୀ ଥିଲେ। ଶାସକ ବିଜେପି ଗତ ଜୁଲାଇ ମାସରେ ପି.ଟି.ଉଷାଙ୍କୁ ରାଜ୍ୟସଭା ସାଂସଦ ନିମନ୍ତେ ନାମିତ କରିଥିଲା। ତେବେ ଉଷା ଆଇଓଏଙ୍କ ଅଧ୍ୟକ୍ଷ ପଦ ଲାଗି ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ କେହି ବିରୋଧ ମଧ୍ୟ କରିନାହାନ୍ତି। ଆଇଓଏଙ୍କ ୯୫ ବର୍ଷର ଇତିହାସରେ ଉଷା ପ୍ରଥମ ଅଲିମ୍ପିୟାନ ଓ ପ୍ରଥମ ଅନ୍ତର୍ଜାତୀୟ ପଦକ ବିଜେତା ମଧ୍ୟ। ତାଙ୍କର ଉପଲବ୍ଧି ସହ ଆଇଓଏ ଅଧ୍ୟକ୍ଷ ହେବା ଏକ ନୂଆ ଉପଲବ୍ଧି ମଧ୍ୟ ତାଙ୍କୁ ମିଳିଛି। ଉଷା ୨୦୦୦ ମସିହାରେ କ୍ରିଡାରୁ ସନ୍ୟାସ ଘୋଷଣା କରିବା ପୂର୍ବରୁ ଭାରତୀୟ ଓ ଏସିୟ ଆଥେଲେଟିକ୍ସରେ ଦୁଇ ଦଶକ ପର‌୍ୟ୍ୟନ୍ତ ତାଙ୍କର ଦବଦବା କାୟମ ରଖିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!