Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଲୁଟେରାଙ୍କ ପଞ୍ଝାରେ ବିଶିଷ୍ଟ ଶିଳ୍ପପତି, ସାତ କୋଟି ଲୁଟିନେଲେ

by ସଞ୍ଜୟ ସ୍ୱାଇଁ
September 30, 2024
in Crime, NATIONAL NEWS
ସାଇବର ଲୁଟେରାଙ୍କ ପଞ୍ଝାରେ ବିଶିଷ୍ଟ ଶିଳ୍ପପତି, ସାତ କୋଟି ଲୁଟିନେଲେ
106
VIEWS
Share on FacebookShare on Twitter

ପଞ୍ଜାବ, (ବାଘୁଆବାର୍ତ୍ତା): ସାଇବର ଅପରାଧୀଙ୍କ ପଞ୍ଝାରେ ପଡ଼ି ଯାଇଛନ୍ତି ବିଶିଷ୍ଟ ଶିଳ୍ପପତି ଶ୍ରୀ ପାଉଲ ଓସୱାଲ। ଲୁଟେରାମାନେ ତାଙ୍କଠାରୁ ୭ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପଞ୍ଜାବ ପୁଲିସ ତଦନ୍ତ କରି ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଲୁଧିଆନା ପୁଲିସ କମିଶନର କୁଳଦୀପ ସିଂହ ଚହଲ କହିଛନ୍ତି ଯେ, ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ୫.୨୫ କୋଟି ଟଙ୍କା ଜବତ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗର ମୋଟ ୯ ଜଣ ସଦସ୍ୟ ଥିଲେ। ଏମାନେ ଆସାମ ଏବଂ ପଶ୍ଚିମବଙ୍ଗରେ ଛୋଟ ବଡ଼ ବ୍ୟବସାୟୀଙ୍କୁ ଧମକ ଦେଇ ଅନଲାଇନରେ ଲୁଟ୍ କରୁଥିଲେ। ଗ୍ୟାଙ୍ଗର ଦୁଇ ଜଣ ଗିରଫ ହୋଇ ଥିବାବେଳେ ଅନ୍ୟ ୭ ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି, ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଏମାନେ ଶିଳ୍ପପତି ଓସୱାଲଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୭ କୋଟି ଟଙ୍କା ଲୁଟ୍ କରିଥିବା ଲୁଧିଆନା ପୁଲିସ କମିଶନର କୁଳଦୀପ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଅଭିଯୁକ୍ତମାନେ ଶିଳ୍ପପତି ଓସୱାଲଙ୍କୁ ସିବିଆଇର ପରିଚୟ ଦେଇ ନକଲି ଗିରଫ ପରୱାନା ଦେଖାଇଥିଲେ। ସେମାନେ ତାଙ୍କୁ ଡିଜିଟାଲ ଆରେଷ୍ଟ କରିବେ ବୋଲି ଧମକ ଦେଇଥିଲେ। ଏନେଇ ଓସୱାଲ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପଞ୍ଜାବ ପୁଲିସ ୪୮ ଘଣ୍ଟା ମଧ୍ୟରେ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି। ତେବେ ସାଇବର ଅପରାଧୀଙ୍କ ଲୁଟପାତ୍ ବଢି ଚାଲି ଥିବାବେଳେ ସପ୍ତାହ ମଧ୍ୟରେ ରାଜ୍ୟରେ ଏପରି ଦୁଇଟି ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଜଣେ ସ୍ଥାନୀୟ ଶିଳ୍ପପତିଙ୍କୁ ସମାନ ଢଙ୍ଗରେ ଧମକ ଦେଇ କୋଟିଏ ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!