ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ କାର୍ଯ୍ୟରତ ଏସଆଇ ସୁବାଷ ବେହେରାଙ୍କୁ ରାଜ୍ୟ ପୁଲିସ ବିଭାଗ ପଦୋନ୍ନତୀ ଦେଇଛି । ସେ ଇନ୍ସିପେକ୍ଟର ର୍ୟାଙ୍କକୁ ପଦୋନ୍ନତୀ ପାଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲାରୁ ତାଙ୍କର ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ସୂଚନା ମିଳିଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବେହେରା ନୟାଗଡ଼ ସଦରଥାନାରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ସଦରଥାନାରୁ କିଛିଦିନ ତଳେ ଇଟାମାଟି ଥାନାକୁ ବଦଳି ହୋଇଥିବା ବେଳେ ଏବେ ପଦୋନ୍ନତୀ ସହ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଛି ।






