ନୟାଗଡ଼,(ବାଘୁଆବାର୍ତ୍ତା): ସର୍ବ ଭାରତୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ନୟାଗଡ଼ ତାଲିମ ପ୍ରତିଷ୍ଠାନ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିଛନ୍ତି । ସର୍ବ ଭାରତୀୟ ସ୍ତରରେ ୫୮୫ ଗୋଟି ଅନୁଷ୍ଠାନ ଭାଗ ନେଇଥିଲେ । ନୟାଗଡ଼ ଏସ୍ବିଆଇ ଅନୁବନ୍ଧିତ ଚାଲିଥିବା ଏହି ତାଲିମ ପ୍ରତିଷ୍ଠାନରେ ଯୁବକ, ଯୁବତୀ ମାନଙ୍କୁ ଦୁଇ ବର୍ଷର ତାଲିମ ଦିଆଯାଏ । ଯୁବକ, ଯୁବତୀମାନେ ତାଲିମ ନେବା ପରେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ସ୍ୱାବଲମ୍ବୀ ହେବାର ଏହାର ଉଦ୍ଦେଶ୍ୟ ରହିଛି । କେନ୍ଦ୍ର ସରକାର ଏଥିପାଇଁ ଗୋଟିଏ ପାରାମିଟର ବିଭିନ୍ନ ତାଲିମ ପ୍ରତିଷ୍ଠାନକୁ ପୁରସ୍କୃତ କରନ୍ତି । ଏଥିରେ ନୟାଗଡ଼ ତାଲିମ ଅନୁଷ୍ଠାନ ପୁରସ୍କୃତ ହୋଇଛି । ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁ ମାନପତ୍ର ଓ ଟ୍ରଫି ସହ ଏଲ୍ଡିବି ମୁଖ୍ୟ ଚନ୍ଦ୍ରମଣୀ ମୁର୍ମୁ ଓ ଏସ୍ବିଆଇ ମୁଖ୍ୟ ପରିଚାଳକ ଉପସ୍ଥିତ ରହି ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ।






