Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରିୟଙ୍କା ହତ୍ୟା ଘଟଣା: ଖୁଲାସା କଲେ ଅଭିଯୁକ୍ତର ମା’

by ସଞ୍ଜୟ ସ୍ୱାଇଁ
July 6, 2021
in Crime, State
ପ୍ରିୟଙ୍କା ହତ୍ୟା ଘଟଣା: ଖୁଲାସା କଲେ ଅଭିଯୁକ୍ତର ମା’
202
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା ପଛରେ ରହିଛି ପ୍ରେମ ସଂପର୍କ। ଏନେଇ ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ଥିଲା। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ବିବାହ ପରେ ଜଗନ୍ନାଥଙ୍କ ସହ ସମ୍ପର୍କ ରଖିନଥିଲା ପ୍ରିୟଙ୍କା । ଗତବର୍ଷ ଲକଡାଉନରୁ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ପୁଣି ଏହି ସମ୍ପର୍କରେ ତିକ୍ତତା ଆସିଥିଲା। ଯାହାର ଭୟଙ୍କର ପରିଣାମ ଗତକାଲି ଭୀମଟାଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, “ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କର ଜଗନ୍ନାଥ ପ୍ରଧାନଙ୍କ ସହ ଥିଲା ସମ୍ପର୍କ । ପ୍ରିୟଙ୍କାର ବିବାହ ପୂର୍ବରୁ ଉଭୟ ପରସ୍ପରକୁ ଭଲ ଭାବେ ଜାଣିଥିଲେ, ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହେଲେ ଝିଅ ବିବାହ ହୋଇ ଚାଲିଯିବା ପରେ ମୋ ପୁଅ କେବେ ତାର କିଛି ସମସ୍ୟା କରିନି। ଜଗନ୍ନାଥ ରାଣ ଖାଇ କହିଥିଲା ଫୋନ୍‌ କରିବିନି। ଯେଉଁଠି ରହୁଛି ଭଲରେ ରହୁ।” “ହେଲେ ପୁଅ ହେବା ପରେ ପ୍ରିୟଙ୍କା ମୋ ପୁଅକୁ ଫୋନ୍‌ କଲା। ମୋ ପୁଅ ପ୍ରଥମେ ଫୋନ୍‌ କରି ନ ଥିଲା। ଏହାପରେ ଗତକାଲି ସକାଳୁ ଉଠି ଗାଧୋଇପାଧୋଇ କହିଲା ମାର୍କେଟ ଯାଉଛି। ଏପରି କରିବ ଜାଣିଥିଲେ, ମୋ ପୁଅକୁ କେବେ ଛାଡ଼ି ନ ଥାନ୍ତି।” ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍‌ ଓ୍ବାନ୍‌ ସ୍ଥିତ ନିଜ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମହିଳାଙ୍କ ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ଥିଲେ । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଥିଲା । ହୋସ୍‌ ଆସିବା ପରେ ସତ ମାନିଥିଲା ଅଭିଯୁକ୍ତ। ମର୍ଡର ପରେ ଭିଡିଓ କଲ୍‌ କରିଥିଲା ହତ୍ୟାକାରୀ। ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଫିସରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଭିଡିଓ କଲ୍‌ କରିଥିଲା ଅଭିଯୁକ୍ତ ଜଗନ୍ନାଥ। ଭିଡିଓ କଲ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନିଜ ପତ୍ନୀକୁ ଦେଖି ଘର ମାଲିକଙ୍କୁ ଫୋନ୍‌ କରିଥିଲେ ମୃତ ମହିଳାଙ୍କ ସ୍ବାମୀ। ଘରମାଲିକ ତଳକୁ ଆସି ମହିଳାଙ୍କ କବାଟ ଭିତରପଟୁ ଲକ୍‌ ଥିବା ଦେଖିବାକୁ ପାଇଥିଲେ। ଏହାପରେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମୃତ ମହିଳାଙ୍କ ପାଖରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଫୋନ୍‌ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!