Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୱାୟନାଡରେ ବାମମେଣ୍ଟ ଘୋଷଣା କଲା ପ୍ରାର୍ଥୀ, ହେବ ବିଗ ଫାଇଟ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ୱାୟନାଡରେ ବାମମେଣ୍ଟ ଘୋଷଣା କଲା ପ୍ରାର୍ଥୀ, ହେବ ବିଗ ଫାଇଟ
96
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା) : ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନ ଛାଡିବା ପରେ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ତରଫରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବାମମେଣ୍ଟ ଆଜି ପ୍ରାର୍ଥୀ ଘୋଷଣା କରିଛି । ବାମମେଣ୍ଟ ତରଫରୁ ସିପିଆଇ ଏଠାରୁ ନିର୍ବାଚନ ଲଢିବ ଓ ସତ୍ୟନ ମୋକେରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । କେରଳ ସିପିଆଇର ଅଧ୍ୟକ୍ଷ ବିନୟ ବିଶ୍ୱମ ଏନେଇ ସୂଚନା ଦେଇଛନ୍ତି । ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧୀ ସିଧାସଳଖ ନିର୍ବାଚନୀ ରାଜନୀତିରେ ଭାଗ ନେବାକୁ ଯାଉଥିବା ବେଳେ ବାମଦଳର ଗଡ କୁହାଯାଉଥିବା କେରଳର ୱାୟନାଡ ଆସନ ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସତ୍ୟନ ମୋକେରୀଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଗୋଟିଏ ସମୟରେ ଇନ୍ଦିରା ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ହାରିଛନ୍ତି । ତେଣୁ ପ୍ରିୟଙ୍କାଙ୍କୁ ହରାଇବା କିଛି ବଡକଥା ନୁହେଁ । ଏହାସହ ସେ ୱାୟନାଡରେ ହୋଇଥିବା ଭୂସ୍ଖଳନ ବେଳେ ବାମଦଳ ଯେଭଳି ଭାବେ ପୀଡିତଙ୍କ ପାଖରେ ପହଂଚି ସେମାନଙ୍କୁ ସହାୟତା ଯୋଗାଇଥିଲା ତାକୁ ନେଇ ବିଜୟ ସୁନିଶ୍ଚିତ ବୋଲି ସତ୍ୟନ କହିଛନ୍ତି । ଯଦି ୨୦୨୪ ସାଧାରଣ ନିର୍ବାଚନକୁ ନଜର କରିବା ତେବେ ଏହି ଆସନରୁ ରାହୁଲ ଗାନ୍ଧୀ ପାଖାପାଖି ସାଢେ ତିନି ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ । ସିପିଆଇ ତରଫରୁ ଆନୀ ରାଜାଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେପଟେ କେରଳରେ ବିଜେପିର ଶକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୱାୟନାଡରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା କେ, ସୁରେନ୍ଦ୍ରନ ପାଖାପାଖି ଦେଢଲକ୍ଷ ଭୋଟ ହାତେଇଥିଲେ । ଚଳିତ ନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ ସେନେଇ ଦଳ ଘୋଷଣା କରିନାହିଁ । ବାମଦଳ ଓ ବିଜେପିକୁ ଟକ୍କର ଦେବା ପ୍ରିୟଙ୍କାଙ୍କ ପାଇଁ ଏତେଟା ସହଜ ନୁହେଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!