Monday, August 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀ ସୁଟିଂ କରିବେ ଏସ୍‌ଏସ୍‌ ରାଜାମୌଲୀ, ଆସିବେ ପ୍ରିୟଙ୍କା, ମହେଶବାବୁ

by ସଞ୍ଜୟ ସ୍ୱାଇଁ
March 13, 2025
in State
ରାଜଧାନୀ ସୁଟିଂ କରିବେ ଏସ୍‌ଏସ୍‌ ରାଜାମୌଲୀ, ଆସିବେ ପ୍ରିୟଙ୍କା, ମହେଶବାବୁ
119
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୋରାପୁଟ ପରେ ରାଜଧାନୀ ଭୁବନେଶ୍ୱରରେ ସୁଟିଂ କରିବେ ଚର୍ଚ୍ଚିତ ଫିଲ୍ମ ନିର୍ମାତା ଏସ୍‌ଏସ୍‌ ରାଜାମୌଲୀ । ଏନେଇ ସିନେମାର ପ୍ରମୁଖ ଷ୍ଟାର୍‌ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତେଲୁଗୁ ସୁପର୍‌ଷ୍ଟାର୍‌ ମହେଶବାବୁ ମଧ୍ୟ ଭୁବନେଶ୍ୱର ଆସିବେ ବୋଲି ସୂଚନା ମିଳିଛି । ସିନେମା ଟିମ୍‌ ଭୁବନେଶ୍ୱର ଏବଂ ଏହାର ଆଖାପାଖରେ ସୁଟିଂ ନେଇ ଯୋଜନା କରିଛି । ବର୍ତ୍ତମାନ ପୂରା ଟିମ୍‌ ସିନେମା ଏସ୍‌ଏସ୍‌ଏମ୍‌ବି-୨୯ର ସୁଟିଂ ପାଇଁ କୋରାପୁଟରେ ଡେରା ପକାଇଛି । ସେମିଲିଗୁଡ଼ା ବ୍ଲକ୍‌ ତଳମାଳି ଅଞ୍ଚଳରେ ଫିଲ୍ମର ସୁଟିଂ ଜୋର୍‌ରେ ଆଗେଇ ଚାଲିଛି । ଲୋକପ୍ରିୟ ଷ୍ଟାର୍‌ମାନଙ୍କ ସହ ସୁଟିଂ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମୁଛି । ଫିଲ୍ମର କାହାଣୀକୁ ଗୋପ ରଖାଯାଇଥିବାବେଳେ କ୍ୟାମ୍ପ୍‌ କରି ସୁଟିଂ ସେଟ୍‌ ଜଗିଛି ସିନେମା ନିର୍ମାଣଧୀନ ଟିମ୍‌ । ପାଖାପାଖି ୫୦୦ରୁ ଅଧିକ ସଦସ୍ୟ ଗତ ୮-୯ ତାରିଖରୁ ଆସି ସିନେମା ସୁଟିଂରେ ଲାଗିଛନ୍ତି । ଆଗ ନିର୍ଦ୍ଦେଶକ ରାଜାମୌଲୀ ଓ ଅଭିନେତା ମହେଶବାବୁ ଆସିଥିବାବେଳେ ପଛରେ ପହଞ୍ଚିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସମସ୍ତେ ଦେଓମାଳି କଟେଜ୍‌ରେ ରହୁଥିଲା ବେଳେ ଆସନ୍ତା ୨୯ ତାରିଖ ତଥା ମାର୍ଚ୍ଚ ଶେଷ ସୁଦ୍ଧା ସେଠାରେ ସମସ୍ତ ସୁଟିଂ ସରିବ । ଏହାପରେ ଟିମ୍‌ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରି ପୂର୍ବରୁ ଠିକ୍‌ ହୋଇଥିବା ସ୍ଥାନରେ ସୁଟିଂ କରିବ ବୋଲି ସୂଚନା ମିଳିଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ହେବ ତା’ର ସୂଚନା ନଥିବା ବେଳେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣାକୁ ଅପେକ୍ଷା ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!