Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ବହୁତ କିଛି ଆବଶ୍ୟକ କରୁଛି: ପ୍ରିୟଙ୍କା

by ସଞ୍ଜୟ ସ୍ୱାଇଁ
April 29, 2021
in State
ଭାରତ ବହୁତ କିଛି ଆବଶ୍ୟକ କରୁଛି: ପ୍ରିୟଙ୍କା
186
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ଦେଶରେ ଅକ୍ସିଜେନର ଅଭାବ । ଆଇସିୟୁରେ ବେଡ୍ ନାହିଁ । ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି । ଭାରତକୁ ଏ ସଙ୍କଟରୁ ଉଦ୍ଧାର କରିବା ପାଇଁ ଆଗକୁ ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ବୁଧବାର ଇନଷ୍ଟାଗାମରେ ଫଣ୍ଡ ଏକାଠି କରିବା ନେଇ ଅନୁରୋଧ କରିଛନ୍ତି । ପ୍ରିୟଙ୍କା ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଭାରତ ବହୁତ କିଛି ଆବଶ୍ୟକ କରୁଛି । ସେ ଲଣ୍ଡନରେ ଅଛନ୍ତି । କିନ୍ତୁ ତାଙ୍କ ବନ୍ଧୁ ଓ ପରିବାର ଲୋକେ ଭାରତର ଅବସ୍ଥା ବାବଦରେ ତାଙ୍କୁ କହୁଛନ୍ତି । ହସ୍ପିଟାଲରେ ବେଡ ନାହିଁ, ଆଇସିୟୁରେ ବେଡ ନାହିଁ, ଆମ୍ବୁଲାନ୍ସ ବି ବହୁତ ବ୍ୟସ୍ତ ରହୁଛି, ଏପରିକି ମଶାଣିରେ ମଧ୍ୟ ଶବଦାହ ପାଇଁ ସ୍ଥାନର ଅଭାବ ଦେଖାଦେଇଛି । ଭାରତ ହେଉଛି ତାଙ୍କର ଘର । ଏବେ ଦେଶ ଯନ୍ତ୍ରଣାରେ କାନ୍ଦୁଛି । ସେ ଆହୁରି କହିଛନ୍ତି ଯେ, ଯେଉଁ ଯାଏଁ ସମସ୍ତେ ସୁରକ୍ଷିତ ହୋଇ ନାହାଁନ୍ତି ସେଯାଏ କେହି ବି ସୁରକ୍ଷିତ ନୁହେଁ । ଏହି ମହାମାରୀକୁ ରୋକିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ସମସ୍ତେ ଏକାଠି ଆଗକୁ ଆସିବା ଦରକାର ଏହାର ମୁକାବିଲା ପାଇଁ କିଛି ଦାନ କରନ୍ତୁ । ଭାରତ ଆପଣଙ୍କ ସାହାଯ୍ୟ ଚାହୁଁଛି । ପ୍ରିୟଙ୍କାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ତଥା ଗାୟକ ନିକ୍ ଜୋନ୍ସ ମଧ୍ୟ ଭାରତକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେ ମଧ୍ୟ ତାଙ୍କ ଫଲୋଅର୍ସଙ୍କୁ ଭାରତ ପାଇଁ କିଛି ଦାନ କରିବାକୁ ଅନୁରୋଧ କରିଛନ୍ତି । ଏହି ଭାଇରସକୁ ହରାଇବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!