Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାପ୍ରଭୁଙ୍କ ପ୍ରେମରେ ପ୍ରିୟଙ୍କା

by ସଞ୍ଜୟ ସ୍ୱାଇଁ
July 8, 2021
in Lifestyle, State
ମହାପ୍ରଭୁଙ୍କ ପ୍ରେମରେ ପ୍ରିୟଙ୍କା
135
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରେମରେ ପଡ଼ିଲେ ମଣିଷ ସବୁ ଭୁଲି ଯାଏ । ଏହି ଉକ୍ତିକୁ ଅନେକ ଶୁଣିଥିବେ, କିଛି ଦେଖିଥିବେ ଆଉ କିଛି ଅନୁଭବ କରିଥିବେ । ହେଲେ ଯଦି କାଳିଆ ଠାକୁରଙ୍କ ପ୍ରେମରେ ଜଣେ ପଡ଼ିଯାଏ ତେବେ କଥା ସରିଲା । କି ଦିନ କି ରାତି ସବୁ ଖାଲି କାଳିଆ କାଳିଆ ଦେଖାଯାଏ । ଏମିତି ମହାବାହୁ ଶ୍ରୀ ଜଗନ୍ନାଥଙ୍କ ପ୍ରେମରେ ପାଗଳ ହୋଇଛନ୍ତି ୨୬ ବର୍ଷୀୟା ପ୍ରିୟଙ୍କା ସାହାଣୀ । ରାତି ରାତି ଅନିଦ୍ରା ହୋଇ ସେ ଆଙ୍କୁଛନ୍ତି କଳାଠାକୁରଙ୍କ ଚିତ୍ର । ରଥଯାତ୍ରା ବେଳକୁ ବିଭିନ୍ନ ଜିନିଷରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ଟି ଚିତ୍ର ଆଙ୍କିବାକୁ ଚିନ୍ତା କରିଛନ୍ତି । ପ୍ରିୟଙ୍କା କୁହନ୍ତି ମୁଁ ପିଲାବେଳୁ ମହାଦେବଙ୍କୁ ଭଲ ପାଉଥିଲି । ଗତବର୍ଷ ପିତା ବିବେକାନନ୍ଦ ସାହାଣୀଙ୍କ ମୃତ୍ୟୁ ହୋଇଥିଲା । ପିତାଙ୍କ ଶେଷ ଇଚ୍ଛା ଥିଲା ମରିବା ପରେ ସ୍ୱର୍ଗଦ୍ୱାରରେ ତାଙ୍କ ଦାହ ସଂସ୍କାର ହେଉ । କୋଭିଡ୍‌ର କରାଳ ସ୍ଥିତିରେ ବି ବାପାଙ୍କ ଶେଷକୃତ୍ୟ ମହାପ୍ରଭୁଙ୍କ ଅଦୃଶ୍ୟ ଶକ୍ତି ଯୋଗୁ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା । ଆଶ୍ଚର୍ୟ୍ୟର କଥା ବାପାଙ୍କ ଜୁଇ ସ୍ୱର୍ଗଦ୍ୱାରରେ ଜଳିବା ପରଦିନ ସ୍ୱର୍ଗଦ୍ୱାରରେ ଶବ ପୋଡା ଉପରେ ସରକାର ରୋକ୍‌ ଲଗାଇଲେ । ସେହି ଦିନଠାରୁ ଚକାଆଖି ପ୍ରତି ଗୋଟେ ଅଦୃଶ୍ୟ ସମ୍ପର୍କ ଯୋଡି ହୋଇଯାଇଛି । ବାପାଙ୍କ ଶେଷଇଚ୍ଛା ପୂରଣ ଲାଗି ବୋଧେ ମହାପ୍ରଭୁ ଏତେ ଦିନ ତାଙ୍କ ଶକ୍ତି ବଳରେ ସ୍ୱର୍ଗଦ୍ୱାର ଖୋଲା ରଖିଥିଲେ । ମହାପ୍ରଭୁଙ୍କୁ ମୁଁ ସେବେ ଅନୁଭବ କରିଥିଲି । ତାଙ୍କ ସହିତ ମୋର ମନ, ଶରୀର ଓ ଆତ୍ମା ସବୁ ଯୋଡି ଦେଇଛି । ଏଥର ରଥଯାତ୍ରାରେ ତାଙ୍କୁ କିଛି ଭେଟି ଦେବାକୁ ଚାହିଁଲି । ସୁନାବେଶରୁ ରଥ ଯାତ୍ରା ଭିତରେ ରଙ୍ଗ ତୂଳୀ ସହ ଭାବର ଠାକୁରଙ୍କୁ ଭାବ ଓ ପ୍ରେମରେ ୧୦୮ ଚିତ୍ର ଆଙ୍କିବାକୁ ଲକ୍ଷ୍ୟ ରଖିଛି । ମୁଁ ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ୟ୍ୟ କରେ । ଦିନରେ ଅଫିସ ପରେ ରାତିରେ ସବୁ ସମୟ ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗୀକୃତ କରିଦେଇଛି । ୩୫ଟି ଭିନ୍ନ ଭିନ୍ନ ଜିନିଷରେ ତିନିଠାକୁରଙ୍କ ଚିତ୍ର ଆଙ୍କିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ପ୍ରିୟଙ୍କା । ସେ ବର୍ତ୍ତମାନ ଯାଏ ୮୪ଟି ଜିନିଷରେ ତିନିଠାକୁରଙ୍କୁ ଆଙ୍କି ସାରିଲେଣି । ଫୁଲ, ମଞ୍ଜି, ପତ୍ର, ବିସ୍କୁଟ ଓ ଚୁଇଙ୍ଗମ, ପଣସ ଓ ପଣସମଞ୍ଜି, କାନଫୁଲ, ପଙ୍ଖା ପରି ଅନେକ ଜିନିଷରେ ଜଗନ୍ନାଥ ମହାପ୍ରଭୁ ଜୀବନ୍ତ ଚିତ୍ର ଆଙ୍କବାରେ ସଫଳ ହୋଇଛନ୍ତି । ପ୍ରିୟଙ୍କାଙ୍କ ଘର କେନ୍ଦ୍ରପଡାରେ, ସେ ୭ବର୍ଷ ହେଲା ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି । ପ୍ରିୟଙ୍କା କୁହନ୍ତି ତିନିଠାକରଙ୍କୁ କୌଣସି ଥିରେ ଆଙ୍କିବା ପାଇଁ ଗୋଟିଏ ରାତି ସମୟ ଲାଗୁଛି । ବହୁ କଷ୍ଟ କରିବାକୁ ପଡ଼ୁଛି । ଦିନରେ ସମୟ ଦେଇ ପାରୁନଥିବାରୁ ରାତି ଅନିଦ୍ରା ହୋଇ ଚିତ୍ର ଆଙ୍କୁଛି । ତାଙ୍କ ପ୍ରେମରେ ପଡ଼ିଛି ବୋଲି ମୋତେ ବି ରାତି ଅନିଦ୍ରାର କଷ୍ଟ ଲାଗୁନି । ତାଙ୍କ ଆଶୀର୍ବାଦରେ ରଥଯାତ୍ରା ଭିତରେ ୧୦୮ ଚିତ୍ର ଆଙ୍କି ଦେଲେ ମୋ କଥା ରହିବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!