ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୨୧ର ଇନଷ୍ଟାଗ୍ରାମ ରିଚ୍ ତାଲିକାରେ ୨୭ ତମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବାଲ ପ୍ରଥମ ଭାରତୀୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା। ସେ ଫଟୋ-ବ୍ଲଗିଂ ଆପରେ ସେୟାର କରିଥିବା ପ୍ରତ୍ୟେକ ପ୍ରମୋସନାଲ ପୋଷ୍ଟ ପାଇଁ ୪୦୩,୦୦୦ ଡଲାର (ଆନୁମାନିକ ୩ କୋଟି ଟଙ୍କା) ରୋଜଗାର କରୁଛନ୍ତି। ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଏହି ତାଲିକାରେ ୧୯ ତମ ସ୍ଥାନରେ ଅଛନ୍ତି। ସେ ପ୍ରତି ପୋଷ୍ଟରେ ୬୮୦,୦୦୦ ଡଲାର ବା ଆନୁମାନିକ ୫.୦୮ କୋଟି ଟଙ୍କା ରୋଜଗାର କରୁଛନ୍ତି। ଦ୍ୱିତୀୟ ସ୍ଥାନରେ ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ରେସ୍ଲର୍ ଡ୍ବାୱେନ ଜନସନ ରହିଥିବା ବେଳେ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ।






