ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁବ୍ଲକ ସିନେମାହଲ ବାଗ୍ଦେବୀ ପ୍ରିଣ୍ଟର ଏବଂ ନାୟକ ପ୍ଲାଷ୍ଟିକରେ ନିଆଁ ଲାଗି ୩୨ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଅଛି ।
ସୁଚନା ଅନୁଯାୟୀ ଆଜି ପ୍ରାତଃ ୫ ଘଟିକା ସମୟରେ ସର୍ଟସର୍କିଟ କାରଣରୁ ନିଆଁଲାଗି ବାଗ୍ଦେବୀ ପ୍ରିଣ୍ଟର ର ପ୍ରିଣ୍ଟିଙ୍ଗ ମେସିନ ସମେତ ପ୍ରିଣ୍ଟିଙ୍ଗ ବ୍ୟାଗ, ଜେରକ୍ସ ମେସିନ ଆଦି ପୋଡି ଯାଇଛି ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷରୁ ଉର୍ଦ୍ଧ୍ବ ହେବ।ପାଖ ନାୟକ ପ୍ଲାଷ୍ଟିକରେ ମଧ୍ୟ ନିଆଁ ଲାଗି ଫ୍ରିଜ ସମେତ ପୂଜାସାମଗ୍ରୀ,ବିବାହ ଏବଂ ବ୍ରତନିମିତ୍ତ ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ହେବ ଜଳିପୋଡି ପାଉଁଶ ହୋଇଯାଇଛି।
ପ୍ରାତଃ ୫ ଘଟିକାସମୟରେ ନିଆଁ ଲାଗିଥିବାବେଳେ ଏହାର କିଛି ସମୟ ପରେ ଦୋକାନରେ ନିଆଁ ଲାଗିଥିବାର ଦେଖି ଓଡ଼ଗାଁ ଅଗ୍ନିଶମବାହିନିଙ୍କୁ ଖବର ଦେଇଥିଲେ ।ତତ୍କ୍ଷଣାତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ପ୍ରାୟ ୧ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସଂଘର୍ଷ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।






