Sunday, November 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ୟାଞ୍ଚଳ ତଦାରଖ କଲେ ପ୍ରମୁଖ ଶାସନ ସଚିବ ଓ ଅଭିଜ୍ଞ ଯନ୍ତ୍ରୀ

by Anil Panda
September 2, 2020
in Feature News
ବନ୍ୟାଞ୍ଚଳ ତଦାରଖ କଲେ ପ୍ରମୁଖ ଶାସନ ସଚିବ ଓ  ଅଭିଜ୍ଞ ଯନ୍ତ୍ରୀ
456
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀର ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ବଡ ଘାଇ ଏବଂ ଘଳିଆଗୁଡିକର ବନ୍ଦ କରାଯିବା କାର୍ଯ୍ୟ ଜଳ ସଂପଦ ବିଭାଗ ପକ୍ଷରୁ ଚାଲୁ ରହିଛି । ଏହି ସବୁ କାର୍ଯ୍ୟକୁ ଅନୁଧ୍ୟାନ ଏବଂ ତଦାରଖ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟ କରୁଛନ୍ତି । ଆଜି ଏହି କ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବଲୱନ୍ତ ସିଂ ଓ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ ଅନ୍ୟ ଯନ୍ତ୍ରୀମାନଙ୍କ ସହିତ ନିମାପଡା ନିକଟସ୍ଥ ଭାର୍ଗବୀ ନଦୀ ଆର୍‌.ଡି,ରୋଡ୍ ୨୮.୭୫୦ କିମି. ଠାରେ ବାମ ପାଶ୍ୱର୍ ନଦୀବନ୍ଧ ପାର୍ବତୀପୁରଠାରେ ଓ ଦକ୍ଷିଣ ପାଶ୍ୱର୍ ନଦୀବନ୍ଧର ରଥ-ପୁରୁଷୋତମ ପୁର ଗ୍ରାମ ଠାରେ ନଦୀବନ୍ଧ ପରିଦର୍ଶନ କରି ସୃଷ୍ଟି ହୋଇଥିବା ବଡ ଘଳିଆ ବନ୍ଦ କାର୍ଯ୍ୟ ତଦାରଖ କରିଛନ୍ତି । ସେହିପରି ପ୍ରମୁଖ ଶାସନ ସଚିବ ଏବଂ ଜିଲ୍ଲାପାଳ ମଧ୍ୟ ଭାର୍ଗବୀ ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ୨୧.୫୦୦ କି.ମି. ମଉଜିବେଗ ଠାରେ ବଡ ଘଳିଆ ସ୍ଥାନ ପରିଦର୍ଶନ କରି ଏହାକୁ ବନ୍ଦ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଜଳ ସଂପଦ ବିଭାଗର କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଅଂଚଳରେ ହୋଇଥିବା ଘଳିଆ ମରାମତି କାର୍ଯ୍ୟସବୁକୁ ରାଜ୍ୟ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନେ ତଦାରଖ କରୁଛନ୍ତି । ଯାଜପୁର ଜଳସେଚନ ଡିଭିଜନ ଅନ୍ତର୍ଗତ ଦଶରଥପୁର ବ୍ଲକର ଦତପୁର ଗ୍ରାମଠାରେ ବୈତରଣୀ ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ଘାଇ ବନ୍ଦ କରାଯିବା କାର୍ଯ୍ୟ ଜାରି ରହିଛି । ଏହି ଜିଲ୍ଲାର ବରୀ ବ୍ଲକ ଭୁବନପୁରର ତନ୍ତୀ ଘାଇଠାରେ ହୋଇଥିବା ଘାଇ ବନ୍ଦ କାର୍ଯ୍ୟ ଚାଲୁରହିଛି ଏବଂ ଏଥି ପାଇଁ ଡଙ୍ଗା ଯୋଗେ ସେଠାକୁ ବାଉଁଶ, ବଲ୍ଲା ଆଦି ମରାମତି ସାମଗ୍ରୀ ପଠାଯାଇଛି । ଲୁଣା ନଦୀ ବାମ ପାଶ୍ୱର୍ ବନ୍ଧରେ ମହାକାଳପଡା ମଙ୍ଗଳପୁର ସ୍ଲୁଇସ୍ ଗେଟ୍ ନିକଟରେ ଘଳିଆ ମରାମତି କାର୍ଯ୍ୟ ଚାଲୁ ରହିଛି । ଏହି ସମୟରେ ଅଧିକ୍ଷଣ ଯନ୍ତ୍ରୀ –ଇସି-୨, ନିର୍ବାହୀ ଯନ୍ତ୍ରୀ ,ଆଳି,ଉପଖଣ୍ଡ ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଦେବୀ ନଦୀ ବାମ ପାଶ୍ୱର୍ରେ ଜଳ ସ୍ତର କମିଥିବା ଯୋଗୁଁ ଗ୍ରାଂମାଚଳରୁ ଜଳ ନିଷ୍କାସନ ପାଇଁ ନଦୀକୁ ସଂଯୋଗ କରୁଥିବା ମାଛଗାଁ -ଅଳକା ସ୍ଲୁଇସ୍‌କୁ ଖୋଲା ଯାଇଛି । ଏହି ପରି ଭାବରେ ଜଳ ସଂପଦ ବିଭାଗ ତରଫରୁ ସଂପୃକ୍ତ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ ବନ୍ୟା ପରବର୍ତୀ ବନ୍ଧ ମରାମତି , ଘାଇ ଓ ଘଳିଆ ମରାମତି କାର୍ଯ୍ୟ ପ୍ରତିଦିନ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!