Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ ହେଉଛି ଗୋରୁ

by ସଞ୍ଜୟ ସ୍ୱାଇଁ
July 5, 2021
in Crime, State
ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ ହେଉଛି ଗୋରୁ
81
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): କଥାରେ ଅଛି ଚୋର ମୁହଁ ଟାଣ । ନିଜକୁ କେତେବେଳେ ସାମ୍ବାଦିକ ତ ଆଉ କେତେବେଳେ ନିଜକୁ ଓକିଲ ବୋଲି ଗାଡିରେ ଲୋଗୋ ଲଗାଇ କରୁଥିଲେ ଗୋରୁ ଚାଲାଣ । ପ୍ରେସ ଲେଖାଥିବା ଏକ ଟାଟା ଏସି ଗାଡିକୁ ଅଟକାଇବାରୁ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଧମକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ଭୀମରାଜପୁର ଗାଁରେ । ଭୀମରାଜପୁର ଠାରେ ଏକ ଟାଟା ଏସି ଗାଡିରେ ପ୍ରେସ ଲେଖାହୋଇଥିବା ଗାଡି ଭିତରେ ଗାଈ ଥିବାରୁ ସନ୍ଦେହରେ ସ୍ଥାନୀୟ ସାମ୍ବାଦିକ ଗାଡି ଭିତରେ କଣ ଅଛି ବୋଲି ପଚାରିଥିଲେ । ସେଥିରେ ବସିଥିବା ଜଣେ ଲୋକ ଆଠଗଡ ଖୁଣ୍ଟୁଣି ଅଞ୍ଚଳର ଅଶୋକ ସାହୁ ନିଜକୁ ସାମ୍ବାଦିକ କହିବା ସହ ଓକିଲ କହି ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ସାମ୍ବାଦିକ ଯଶୋବନ୍ତ ପ୍ରଧାନଙ୍କୁ ଧମକ ଦେଇଥିଲେ । ଆଉ ସେଠରୁ ୨ଜଣ ସହଯୋଗୀଙ୍କୁ ଡକାଇ ଯଦି ପୋଲିସ ଆମକୁ ଧରେ ତେବେ ତୋତେ ଜୀବନରୁ ଏଇଠି ମରିଦେବୁ ବୋଲି କହିଥିଲେ । ୨ଜଣ ସହଯୋଗୀ ହେଲେ ସ୍ଥାନୀୟ ଅଞ୍ଚଳର ବାରୋ ଓ ରମୋ। ଏହି ଘଟଣା ନେଇ ପାଗାଫାଣ୍ଡି ଅଧିକାରୀଙ୍କୁ ଲିଖିତ ଜଣାଇବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟାଟା ଏସି ଗାଡି ସହ ଜଣକୁ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!