Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ: ଲକ୍ଷାଧିକ ଟଙ୍କାର ବାଣ ଜବତ,୫ଜଣ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
April 3, 2026
in Breaking, Crime
ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ: ଲକ୍ଷାଧିକ ଟଙ୍କାର ବାଣ ଜବତ,୫ଜଣ ଅଭିଯୁକ୍ତ ଗିରଫ
213
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୋଲିସକୁ ବଡ ସଫଳତା। ଲକ୍ଷାଧିକ ଟଙ୍କାର ବାଣ ବିସ୍ଫୋରକ ଜବତ କରିବା ସହ ୫ଜଣ ଅଭିଯୁକ୍ତକୁ ଗିରଫ୍ କରିଛି ନୟାଗଡ଼ ସଦର ପୋଲିସ ଓ ଇଟାମାଟି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଇଟାମାଟି ଓ ସଦର ଥାନା ଅଞ୍ଚଳର ବୋଲି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ପ୍ରକାଶ ସମାନ୍ତରାୟ ପ୍ରକାଶ କରିଛନ୍ତି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗାଁରେ ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ତେବେ ଏହି ବିସ୍ପୋରଣରେ ୬ଜଣ ଗୁରୁତର ଆହାତ ହୋଇଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା।

ତେବେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ଇଟାମାଟି ଥାନା ପୋଲିସ୍ ଓ ସଦର ଥାନା ପୋଲିସକୁ ସାମାନ୍ୟ ସଫଳତା ମିଳିଛି। ଇଟାମାଟି ପୋଲିସ ଇଟାମାଟି ଅଞ୍ଚଳରୁ ଅଢ଼େଇ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ୍ କରିବା ସହ ଇଟାମାଟି ତନ୍ତିସାହିର ନୀଳମାଧବ ସେନାପତି (୪୨), ରାମଚନ୍ଦ୍ର ସାହୁ (୬୫), ପ୍ରକାଶ ସାହୁ (୬୨) ଓ କୁମର ବାଇ (୫୦) ଗିରଫ୍ କରିଛି। ସେପଟେ ନୟାଗଡ଼ ସଦର ପୋଲିସ ମଧ୍ୟ ପଲ୍ଲିଶାସନ ଗାଁରେ ବେଆଇନ ବାଣ ଭିଡୁଥିବା ଖବର ପାଇ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ସମୟରେ ଦେଢ଼ ଲକ୍ଷ ଟଙ୍କାର ବାଣ ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଲଡୁକିଶୋର ଭଟ୍ଟ ବ୍ରହ୍ମା(୬୮) ଙ୍କୁ ଗିରଫ କରିଛି। ନୟାଗଡ଼ ଜିଲାରେ କୌଣସି ବ୍ୟକ୍ତି ବିଶେଷଙ୍କୁ ବାଣ ତିଆରି କରିବା ପାଇଁ ଲାଇସେନ୍ସ ଦିଆଯାଇ ନଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସମାନ୍ତରାୟ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଇଟାମାଟି ଆଇଆଇସି ପ୍ରିୟବ୍ରତ ରାଉତ, ନୟାଗଡ଼ ସଦର ଥାନା ଆଇଆଇସି ପ୍ରିୟତମା ପ୍ରଧାନ, ଏସଆଇ ମହମ୍ମଦ ଜର୍ଫୁଲା, ଏସଆଇ ସୁଶ୍ରୀ ସଙ୍ଗୀତା ମଙ୍ଗରାଜ, ଏଏସଆଇ ଧିରେନ୍ଦ୍ର ପାତ୍ର, ଏଏସଆଇ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଅଭିଯୁକ୍ତ ମାନଙ୍କୁ ଆସନ୍ତାକାଲି ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କଟାଯିବ ବୋଲି ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!